ଓଡିଶା

odisha

ETV Bharat / state

ଭଦ୍ରକରେ ଆଉ 22 ନୂଆ କୋରୋନା ପଜିଟିଭ ଚିହ୍ନଟ, ମୋଟ 739କୁ ବୃଦ୍ଧି - bhadrak corona update news

ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ । ଯାହାକୁ ନେଇ ଅଗଷ୍ଟ 5 ତାରିଖ ସୁଦ୍ଧା 739ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଭଦ୍ରକରେ ଆଉ 22 ନୂଆ କୋରୋନା ପଜିଟିଭ ଚିହ୍ନଟ, ମୋଟ 739 କୁ ବୃଦ୍ଧି
ଭଦ୍ରକରେ ଆଉ 22 ନୂଆ କୋରୋନା ପଜିଟିଭ ଚିହ୍ନଟ, ମୋଟ 739 କୁ ବୃଦ୍ଧି

By

Published : Aug 5, 2020, 1:42 PM IST

ଭଦ୍ରକ: ଜିଲ୍ଲାରେ ଥମୁନି ସ୍ଥାନୀୟ ସଂକ୍ରମଣ । ଜିଲ୍ଲାରେ ଆଜି (ବୁଧବାର) 22 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 739ରେ ପହଞ୍ଚିଛି। ଚିହ୍ନଟ 22 ଜଣଙ୍କ ମଧ୍ୟରୁ 21 ଜଣ ସ୍ଥାନୀୟ ସଂକ୍ରମଣ ଥିବା ବେଳେ ମାତ୍ର ଜଣେ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି।

@DM_Bhadrak

ତେଣୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ, ଜିଲ୍ଲାରେ କୋରୋନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 605 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗତ 24 ଘଣ୍ଟା ମଧ୍ୟରେ 16 ଜଣ ସୁସ୍ଥ ହୋଇଥିବା ଜଣାପଡିଛି।

ଭଦ୍ରକରେ ଆଉ 22 ନୂଆ କୋରୋନା ପଜିଟିଭ ଚିହ୍ନଟ, ମୋଟ 739 କୁ ବୃଦ୍ଧି

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 132 ଜଣ ଚିକିତ୍ସାଧୀନ ଅଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ 20,470ଟି ନମୁନା ପରୀକ୍ଷା କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details