ଓଡିଶା

odisha

ETV Bharat / state

ଭଦ୍ରକରୁ 20 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ - ଭଦ୍ରକ କୋରୋନା ଅପଡେଟ

ଦିନକର ବ୍ରେକ ପରେ ଆଜି ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି । ଆଜି ମୋଟ 20 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 8 ଜଣ କ୍ବାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 12 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ଦିନକର ବିରତି ପରେ ଭଦ୍ରକରୁ 20 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ
ଦିନକର ବିରତି ପରେ ଭଦ୍ରକରୁ 20 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

By

Published : Aug 1, 2020, 12:14 PM IST

ଭଦ୍ରକ: ଦିନକର ବ୍ରେକ ପରେ ଆଜି ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି । ଆଜି ମୋଟ 20 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 8 ଜଣ କ୍ବାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 12 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଏହା ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଦିନକର ବିରତି ପରେ ଭଦ୍ରକରୁ 20 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ଆଜି ଏହି 20 ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 627ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 518 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦିନକର ବିରତି ପରେ ଭଦ୍ରକରୁ 20 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ଗତ 24 ଘଣ୍ଟା ମଧ୍ୟରେ 11 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ଅଦ୍ୟାବଧି 107 ଜଣ ଚିକିତ୍ସିତ ହେଉଛନ୍ତି । ଏବେ ସୁଦ୍ଧା ଜିଲ୍ଲାରୁ ମୋଟ 18687 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details