ଓଡିଶା

odisha

ବାଇକ ଦୁର୍ଘଟଣାରେ 2ମୃତ, ଜଣେ ଆହତ

By

Published : Nov 26, 2019, 8:49 AM IST

Updated : Nov 26, 2019, 9:07 AM IST

ଗତକାଲି ବିଳମ୍ବିତ ରାତିରେ ଭାରସାମ୍ଯ ହରାଇ ଗଛରେ ପିଟି ହେଲା ବାଇକ । ଘଟଣାରେ 2 ମୃତ ଜଣେ ଆହତ ହୋଇଛନ୍ତି ।

bike accident
ବାଇକ ଦୁର୍ଘଟଣାରେ 2ମୃତ, ଜଣେ ଆହତ

ଭଦ୍ରକ: ବାଂଶଗଡା ଥାନା ନୂଆଗାଁ ନିକଟରେ ବାଇକ ଦୁର୍ଘଟଣା । ଘଟଣାରେ 2 ମୃତ ଓ ଜଣେ ଆହତ । ସ୍ଥାନୀୟ ନଳଗୋହିରା ଗାଁର ଅଶୋକ ଦାସ, ବଳରାମ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆନନ୍ଦ ନାୟକ ଆହତ ହୋଇଛନ୍ତି ।

ବାଇକ ଦୁର୍ଘଟଣାରେ 2ମୃତ, ଜଣେ ଆହତ

ଗତକାଲି ରାତିରେ ତିନିଜଣ ଯୁବକ ବାଇକ ଯୋଗେ ମତୋ-ନଲୋଗୋହରା ରାସ୍ତାରେ ଫେରୁଥିବାବେଳେ ନୂଆଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ବାଇକରେ ଥିବା ତିନି ଜଣ ଗୁରୁତର ଆହତ ହୋଇଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣକ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ କଟକ ସ୍ଥାନାନ୍ତର କରିଥିଲେ । ତେବେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 26, 2019, 9:07 AM IST

ABOUT THE AUTHOR

...view details