ଭଦ୍ରକ: ଜିଲ୍ଲାରେ ବଜ୍ରାଘାତ ନେଇଛି ଦୁଇ ଜୀବନ । ମୃତ ଦୁଇ ଭାଇଙ୍କ ଘର ପଣସା ପଞ୍ଚାୟତ ଅନ୍ତର୍ଗତ ବେହେରା ପାଟଣା ଗାଁରେ ହୋଇଥିବା ସୂଚନା । ତେବେ ସେମାନେ ହେଉଛନ୍ତି ମନୋଜ ବେହେରା ଓ ସରୋଜ ବେହେରା ।
ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ଦୁଇ ଭାଇ ସ୍ଥାନୀୟ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀ ଗାଁ ଅପୂଜା ମହାଦେବ ନିକଟସ୍ଥ ନିଜ ବିଲରେ ଚାଷ କାମ କରୁଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ଦୀର୍ଘ ସମୟ ଯାଏଁ ଉଭୟେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ।