ଓଡିଶା

odisha

ETV Bharat / state

ଘରୁ ଲୁଟି ନେଇଥିଲେ ଏକ କେଜି ରୁପା, 2 ଜଣଙ୍କୁ ଗିରଫ କଲା ପୋଲିସ - ଭଦ୍ରକରେ ଚୋରି

ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଓ ରୁପା ଅଳଙ୍କାର ଚୋରି କରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 25 ଗ୍ରାମ ସୁନା ଅଳଙ୍କାର ଓ 1କେଜି ରୁପା ଅଳଙ୍କାର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ
ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

By

Published : Jul 2, 2023, 11:38 AM IST

ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ଭଦ୍ରକ:ଭଦ୍ରକ ପୁରୁଣା ବଜାର ପୋଲିସକୁ ବଡ ସଫଳତା । ଚୋରି ହୋଇଥିବା ଅଳଙ୍କାର ଜବତ କରିଛି ପୋଲିସ । ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଓ ରୁପା ଅଳଙ୍କାର ଚୋରି କରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 25 ଗ୍ରାମ ସୁନା ଅଳଙ୍କାର ଓ 1 କେଜି ରୁପା ଅଳଙ୍କାର ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ନଙ୍ଗା ମହଲାର ସେକ ଆସିକୁର ରହେମାନଙ୍କ ଘରୁ ଦୁର୍ବୃତ୍ତମାନେ ଗତ 7 ତାରିଖ ରାତିରେ ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲେ । ଏନେଇ ପୁରୁଣା ବଜାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପରେ ପୁରୁଣା ବଜାର ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ନଙ୍ଗା ମହଲାର ସାହେୱାଜ ଖାନଙ୍କୁ ପ୍ରଥମେ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ଏହା ପରେ ଚୋରି ସମ୍ପର୍କ ସୂଚନା ପାଇଥିବା ବେଳେ ଚୋରି ସୁନାକୁ ଚନ୍ଦନ ବଜାର ଅଞ୍ଚଳର ସେକ ନୁର ଇସଲାମଙ୍କୁ ବିକ୍ରି କରିଥିବା ଜାଣିବାକୁ ପାଇଥିଲା ପୋଲିସ । ତେଣୁ ପୁରୁଣା ବଜାର ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ସେମାନଙ୍କ ନିକଟରୁ 25 ଗ୍ରାମ ସୁନା ଅଳଙ୍କାର ଓ 1 କେଜି ରୁପା ଅଳଙ୍କାରକୁ ଜବତ କରିଥିବା ନେଇ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ କହିଛନ୍ତି ।

ପ୍ରକାଶ ଥାଉକି, ଗତ ୨୮ ଦିନ ଜିଲ୍ଲାର ବନ୍ତ ଫ୍ଲିପ୍‌କାର୍ଟ୍‌ ହବ୍‌ରୁ ଟଙ୍କା ଚୋରି କରିବା ସହ ପାର୍ସଲ ଗୋଦାମରେ ନିଆଁ ଲଗାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ କରାଯାଇଥିଲା । ବନ୍ତ ଫ୍ଲିପ୍‌କାର୍ଟ୍‌ ହବ୍‌ରେ ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଥିବା ସିମୁଳିଆ ଅଞ୍ଚଳର ମନୋଜ କୁମାର ବାରିକ ପ୍ରତିଦିନ ଭଳି ହିସାବ ସାରି କ୍ୟାସ୍‌ ବାକ୍ସରେ ଟଙ୍କା ରଖିବା ପରେ କମ୍ପାନୀର ଅନ୍ୟ କର୍ମଚାରୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ବିଶ୍ବଜିତ୍‌ ମହାଳିକଙ୍କୁ ସବୁଦିନ ପରି ଚାବି ଦେଇ ଘରକୁ ଚାଲି ଯାଇଥିଲେ ।

ଏହି ସୁଯୋଗରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଶ୍ବଜିତ୍ କମ୍ପାନୀର ଅନ୍ୟ ୨ ଜଣ ଡେଲିଭରି ବୟ ବାଙ୍ଗୋରପଦୀ ଗ୍ରାମର ଅନିଲ ପରିଡା ଏବଂ ଜିତେନ୍ଦ୍ର ପୃଷ୍ଟିଙ୍କ ସହ ମିଶି କ୍ୟାସ୍‌ ବାକ୍ସରେ ଥିବା ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା ଚୋରି କରିଥିଲେ । ଏହା ପରେ ପାର୍ସଲ ଗୋଦାମରେ ନିଆଁ ଲଗାଇ ଦେଇ ଗୃହର ମୁଖ୍ୟ ସଟର୍‌ରେ ଚାବି ପକାଇ ଚାଲି ଯାଇଥିଲେ । ଏପରିକି ଗଲାବେଳେ ବାହାର କାନ୍ଥରେ ଏକ ଛୋଟ କଣା କରିଦେଇ ଯାଇଥିଲେ । ପରଦିନ ସକାଳେ ବିଶ୍ବଜିତ୍ ଅଫିସ ଘର ଖୋଲିବା ପରେ ଏହି ବିଷୟରେ ଇନ୍‌ଚାର୍ଜ ମନୋଜ କୁମାର ବାରିକଙ୍କୁ ଜଣାଇଥିଲେ । ଖବର ପାଇ ମନୋଜ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଟଙ୍କା ଚୋରି ହେବା ସହ କମ୍ପାନୀର ଟଙ୍କା ଗଣା ମେସିନ, କମ୍ପ୍ୟୁଟର ଏବଂ ପାର୍ସଲ ଗୋଦାମ ପୋଡି ଯାଇଥିବା ଦେଖି ବନ୍ତ ଥାନାରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details