ଓଡିଶା

odisha

ETV Bharat / state

କଳା ପଲସର ଆତଙ୍କ, ଝାମ୍ପି ନେଲେ ଦେଢ ଲକ୍ଷ - loot in bhadrak

ବ୍ୟାଙ୍କ ସମ୍ମୁଖରୁ ଲୁଟ୍ । ଟଙ୍କା ଡିପୋଜିଟ ପାଇଁ ଆସି ଲୁଟର ଶିକାର ହେଲେ ବ୍ୟକ୍ତି । କଳା ପଲସରରେ 2ଲୁଟେରା ଆସି ଏଭଳି କାଣ୍ଡ ଭିଆଇଛନ୍ତି ଭଦ୍ରକର ଭଣ୍ଡାରୀ ପୋଖରୀ ଅଞ୍ଚଳରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

_loot
ଭଦ୍ରକରେ କଳାପଲସର ଆତଙ୍କ, ଝାମ୍ପି ନେଲେ ଦେଢ ଲକ୍ଷ ଟଙ୍କା

By

Published : Dec 27, 2019, 7:29 PM IST

ଭଦ୍ରକ: ଭଣ୍ଡାରୀ ପୋଖରୀ ଅଞ୍ଚଳରେ କଳା ପଲସର ଆତଙ୍କ । କଳା ପଲସରରେ ଆସି ଦୁର୍ବୃତ୍ତ ଝାମ୍ପି ନେଲେ ଦେଢଲକ୍ଷ ଟଙ୍କା । ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ମଞ୍ଜୁରୀରୋଡ ସ୍ଥିତ ଆହ୍ଲାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଏଭଳି ଲୁଟ୍ ହୋଇଛି । ଧରା ପଡିଯିବା ଭୟରେ ବାଇକ ଛାଡି ଚାଲିଗଲେ ଯୁବକ ।

ଭଦ୍ରକରେ କଳାପଲସର ଆତଙ୍କ, ଝାମ୍ପି ନେଲେ ଦେଢ ଲକ୍ଷ ଟଙ୍କା

ସୂଚନା ଅନୁସାରେ, ବ୍ୟବସାୟୀ ଅଗେଇ ବେହେରା ସ୍ଥାନୀୟ ଆହ୍ଲାବାଦ ବ୍ୟାଙ୍କକୁ ଦେଢଲକ୍ଷ ଟଙ୍କା ଡିପୋଜିଟ ପାଇଁ ଯାଇଥିଲେ । ବ୍ୟାଙ୍କ ଗେଟ ନିକଟ ଚେୟାରରେ ବସିଥିବା ବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଝାମ୍ପିନେଇ ପଲସର ବାଇକରେ ଖସିଯିବାକୁ ପାଇଁ ଉଦ୍ୟମ କରିଥିଲେ ।

ହେଲେ ସ୍ଥାନୀୟ ଲୋକେ ପିଛା କରିବାରୁ ଉଭୟ ଲୁଟେରା ବାଇକକୁ ଛାଡି ପଳାଇଛନ୍ତି । ଲୁଟରେ ବ୍ୟବହାର ହୋଇଥିବା ବାଇକଟି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଭଣ୍ଡାରିପୋଖରୀ ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details