ଭଦ୍ରକ: ଚାନ୍ଦବାଲି ତୋଟାପଡା ଗାଁରେ ଅଘଟଣ । ଚୁଲିରୁ ନିଆଁ ଲାଗି ଭସ୍ମିଭୂତ ହୋଇଗଲା 8ପରିବାରର 17 ଘର । ଘଟଣାସ୍ଥଳରେ 3 ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ 10ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ।
ଉକ୍ତ ଗ୍ରାମର ଟିନ୍ତାମଣି ଜେନା ରୋଷେଇ କରୁଥିବା ବେଳେ ହଠାତ ଚୁଲିରୁ ନିଆଁ ଚାଳଛପରରେ ଲାଗି ଯାଇଥିଲା । ଧିରେ ଧିରେ ନିଆଁର ପ୍ରକୋପ ବଢିବାକୁ ଲାଗିଥିଲା । ଫଳରେ ପଡୋଶୀ ଚତୁର୍ଭୁଜ ଜେନା, ଚନ୍ଦ୍ରକାନ୍ତ ନାଉରି, ପ୍ରମିଳା ଜେନା, ମନୋଜ ଜେନା, କାନ୍ତ ଜେନା, ନାଳୁ ମାଝୀ ଏବଂ ଭିକାରୀ ପରିଡାଙ୍କ ଘରକୁ ବ୍ୟାପି ଯାଇଥିଲା ।