ଓଡିଶା

odisha

ETV Bharat / state

12 ହଜାର ଲିଟରରୁ ଅଧିକ ଦୁଗ୍ଧ ନଷ୍ଟ କଲା ‘ବୁଲବୁଲ’ - ବୁଲବୁଲ ଯୋଗୁଁ 32 ଶହ ଚାଷୀ ସହିଲେ କ୍ଷତି

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବାତ୍ୟା ବୁଲବୁଲର ପ୍ରଭାବ ପଡିଛି । ଫଳରେ ପାଖାପାଖି 32 ହଜାର ଚାଷୀଙ୍କ 12 ହଜାର ଲିଟରରୁ ଅଧିକ ଦୁଗ୍ଧ ନଷ୍ଟ ହେଇଯାଇଛି।

12 ହଜାର ଲିଟରରୁ ଊର୍ଦ୍ଧ୍ବ ଦୁଗ୍ଧ ନଷ୍ଟ କଲା ‘ବୁଲବୁଲ’

By

Published : Nov 11, 2019, 7:58 PM IST

ଭଦ୍ରକ: ବାତ୍ୟା ଫନି ପରେ ବୁଲବୁଲ ଚାଷୀଙ୍କ ନିଦ ଉଡାଇଦେଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବାତ୍ୟା ବୁଲବୁଲର ପ୍ରଭାବ ପଡିଛି । ଫଳରେ ଏହି ଅଞ୍ଚଳର ବହୁ ଚାଷୀ ପ୍ରଭାବିତ ହୋଇଥିବା ଜଣାପଡିଛି । ଏଥିରେ ଅଧିକ କ୍ଷତି ସହିଛନ୍ତି ଦୁଗ୍ଧ ଚାଷୀ ।

12 ହଜାର ଲିଟରରୁ ଊର୍ଦ୍ଧ୍ବ ଦୁଗ୍ଧ ନଷ୍ଟ କଲା ‘ବୁଲବୁଲ’


ସୂଚନା ଅନୁଯାୟୀ ଚାଷୀଙ୍କ ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଇଯାଇଛି। ଏହାର ମୁଖ୍ୟ କାରଣ ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ବ୍ୟାହତ ବୋଲି ଜଣାପଡିଛି। ପାଖାପାଖି 32 ଶହ ଚାଷୀଙ୍କ 12 ହଜାର ଲିଟରରୁ ଅଧିକ କ୍ଷୀର ନଷ୍ଟ ହେଇଯାଇଛି। ଖବର ଅନୁଯାୟୀ ବାସୁଦେବପୁର ବ୍ଲକର 32 ଟି ସୋସାଇଟିର ଦୁଗ୍ଧ ଚାଷୀମାନେ ବାତ୍ୟା ବୁଲବୁଲର ପ୍ରଭାବରେ ପ୍ରଭାବିତ ହୋଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details