ଓଡିଶା

odisha

ETV Bharat / state

ଭଦ୍ରକରେ 107 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଗଡିଲା ଗୋଟିଏ ମୁଣ୍ତ - covid19

ଭଦ୍ରକରେ କୋରୋନା ନେଲା ଆଉ ଏକ ମୁଣ୍ତ । ଗୋଟିଏ ଦିନରେ 107 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

107 more corona positive found in bhadrak
ଭଦ୍ରକରେ 107 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ,ମହାମାରୀ ନେଲା ଗୋଟିଏ ମୁଣ୍ତ

By

Published : Aug 16, 2020, 1:25 PM IST

ଭଦ୍ରକ: ଜିଲ୍ଲାରେ ଆଉ ଗୋଟିଏ ମୁଣ୍ଡ ନେଲା କିଲର ଭାଇରସ କୋରୋନା। ଫଳରେ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଛି। ମୃତକ ଜଣକ 75 ବର୍ଷିୟ ବୃଦ୍ଧ ବୋଲି ଜଣାପଡିଛି। ସେ ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ଦୀର୍ଘଦିନ ଧରି ପୀଡିତ ଥିଲେ । ସେହିପରି,ଜିଲ୍ଲାରେ 107 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1510 ରେ ପହଞ୍ଚିଛି।

ଭଦ୍ରକରେ 107 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ,ମହାମାରୀ ନେଲା ଗୋଟିଏ ମୁଣ୍ତ

ଚିହ୍ନଟ 107 ଜଣଙ୍କ ମଧ୍ୟରୁ 106 ଜଣ ସ୍ଥାନୀୟ ସଂକ୍ରମଣ ଥିବା ବେଳେ ଜଣେ ମାତ୍ର କ୍ବାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 916 ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି, ଗତ 24 ଘଣ୍ଟା ମଧ୍ୟରେ 15 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। 589 ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ମୋଟ 32105 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details