ଓଡିଶା

odisha

ETV Bharat / state

ବାଇକ ଉପରେ ମାଡିଗଲା ଟ୍ରକ, ୨ ଯୁବକ ମୃତ - ୨ବାଇକ ଆରୋହୀ ମୃତ

Road Accident: ବରଗଡର ନାଗେନପାଳି ଠାରେ ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ

Road Accident
Road Accident

By ETV Bharat Odisha Team

Published : Dec 31, 2023, 1:37 PM IST

ବରଗଡ:ବରଗଡର ନାଗେନପାଳି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଚଢିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ ହୋଇଛି । ତ ମୃତ ଯୁବକ ଦୁଇ ଜଣ ହେଲେ ବରଗଡ଼ ହାଟପଦା ୱାର୍ଡ ନମ୍ବର ୦୩ର ବିଶ୍ୱନାଥ ସାହୁ ଓ ଅର୍ଜୁନ ରାଉତ । ଦୁହେଁ ସାଙ୍ଗସାଥିଙ୍କ ସହ ବଣଭୋଜି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ମୁତାବକ, ଆଜି ବର୍ଷର ଶେଷ ଦିନ ହୋଇଥିବାରୁ ବିଶ୍ୱନାଥ ଓ ଅର୍ଜୁନ ନିଜ ସାଙ୍ଗସାଥୀଙ୍କ ସହ ଆଜି ସକାଳୁ ବାଇକ ଯୋଗେ ହୀରାକୁଦକୁ ବଣଭୋଜି କରିବାକୁ ଯାଉଥିଲେ । ସେହି ସମୟରେ ନାଗେନପାଲି ଏଫସିଆଇ ଗୋଦାମ ନିକଟରେ ଏକ ଟ୍ରକ ବିପରୀତ ଦିଗରୁ ଆସି ବାଇକ ଉପରେ ମାଡି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଗ୍ରାମାଞ୍ଚଳ ଥାନା ବରଗଡ଼ ପକ୍ଷରୁ ସବ ଇନିସ୍ପେକ୍ଟର ଏହି ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ନେଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସୂଚନା ମିଳିଛି ।

ସେପଟେ ମୃତ ବ୍ୟକ୍ତିଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ଓଭରବ୍ରିଜ ପାଖରେ ବେଆଇନ ଭାବରେ ଶତାଧିକ ଟ୍ରକ ଛିଡା ରହୁଥିବା ବେଳେ ତାକୁ ହଟାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ପ୍ରତିଦିନ ନଗେନପାଳି ସ୍ଥିତ FCI ଗୋଦାମ ନିକଟ ମୁଖ୍ୟ ରାସ୍ତା ଉପରେ ଦୀର୍ଘ 1 କିଲୋମିଟର ଧରି ଟ୍ରକଗୁଡ଼ିକ ଛିଡ଼ା ହେଉଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଛି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଏଥିପ୍ରତି କେବେ ଗୁରୁତ୍ବ ନ ଦେବାରୁ ଆଜି ଦୁଇ ଜୀବନ ଅକାଳରେ ଚାଲିଯାଇଛି ।

ଏହା ମଧ୍ୟ ପଢନ୍ତୁ- ତାରିଣୀ ଦର୍ଶନ ସାରି ଫେରୁଥିବା ବାଟରେ କାର୍ ଦୁର୍ଘଟଣା, ଜଣେ ମୃତ

ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣାଗ୍ରସ୍ତ ହେଲା ପିକଅପ ଭ୍ୟାନ; ଗାଡିରୁ କୁକୁଡା ବୋହିନେଲେ ଲୋକେ

ସେହିପରି ଗତ କିଛି ମାସ ପୂର୍ବେ ଜିଲ୍ଲାର ଅତାବିରା ଥାନା ଅଧିନ ଗୋଡଭଗା ନିକଟରେ ୩ କଲେଜ ଛାତ୍ରୀଙ୍କ ଉପରେ ଚଢିଯାଇଥିଲା ଟ୍ରକ । ତେବେ ତିନି ଜଣ ଛାତ୍ରୀ ସାଇକେଲରେ କଲେଜରୁ ଫେରୁଥିବା ବେଳେ ସେହି ସମୟରେ ଗୋଡଭଗାରୁ ବିନିକା ଯାଉଥିବା ଏକ ପାଉଁରୁଟି ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ତିନି ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଗୁରୁତର ହୋଇପଡିଥିଲେ l ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ତିନି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭିମସାର ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details