ବରଗଡ଼ : ଅନୈତିକ ସମ୍ପର୍କ ହେଲା କାଳ । ସାନଭାଇର କୋଦାଳ ଚୋଟରେ ଗଲା ବଡ଼ ଭାଇର ଜୀବନ (younger brother killed his elder brother) । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ଥାନା ବୁଡ଼ାପାଳି ପଞ୍ଚାୟତ ଅନ୍ତର୍ଗତ ଲେମଧର ଗ୍ରାମରେ । ସେପଟେ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଅଭିଯୁକ୍ତ ସାନ ଭାଇ କୈଳାସକୁ ଗିରଫ କରି ତଦନ୍ତ ଚଳାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କୈଳାସ ସାହୁ ବଡ଼ ଭାଇ ଝସକେତନ ସାହୁଙ୍କ ସ୍ତ୍ରୀ ସହ ବିଲକୁ କାମ କରିବାକୁ ଯାଇଥିଲେ । ହେଲେ ବିଲରେ ଉଭୟ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ (immoral relationship) । ଏସମ୍ପର୍କରେ ଖବରପାଇ ବଡ଼ଭାଇ ଝସକେତନ ସାହୁ ବିଲରେ ପହଞ୍ଚିବା ପରେ ଦିଅର ଭାଉଜଙ୍କୁ ଅସଂଯତ ଅବସ୍ଥାରେ ଦେଖି ରାଗି ଯାଇଥିଲେ । ଏହାପରେ ଏକ ବାଡ଼ିରେ କୈଳାସକୁ ମାଡ଼ ମାରିଥିଲେ ଝସକେତନ ।
ଫଳରେ କୈଳାସ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏହାପରେ ବଡ଼ଭାଇ ଭାଉଜ କୈଳାସ ମୁହଁରେ ପାଣି ଛିଞ୍ଚି ଚେତା ଫେରାଇ ଥିଲେ । କୈଳାସର ଚେତା ଫେରିବା ପରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ସାନଭାଇ କୈଳାସ ହଠାତ୍ ରାଗିଯାଇ ବଡ଼ ଭାଇ ଝସକେତନଙ୍କୁ ଆକ୍ରମଣ କରିଥିଲା । କୈଳାଶ ଏକ କୋଦାଳରେ ବଡ ଭାଇ ମୁଣ୍ଡରେ ପାହାର ପକାଇଥିଲା ।