ଓଡିଶା

odisha

ଯୁବଗୋଷ୍ଠୀଙ୍କ ନିଆରା ପଦକ୍ଷେପ, ନିଃଶୁଳ୍କ ପାଠ ପଢାଇଲେ ଗରିବ ଛାତ୍ରଛାତ୍ରୀ

By

Published : Sep 29, 2020, 9:20 PM IST

ମହାମାରୀ କୋରୋନା ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିବାବେଳେ ସରକାର ସ୍କୁଲ କଲେଜ ମଧ୍ୟ ବନ୍ଦ କରିଛନ୍ତି । ଏହି ସମୟରେ ବରଗଡ ଜିଲ୍ଲା ସୋହେଲା ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ କିଛି ଉତ୍ସାହିତ ଯୁବକ ନିଜ ଚେଷ୍ଟାରେ ଗ୍ରାମରେ ପାଠ ପଢାଉଛନ୍ତି । ଅଧିକ ପଢନ୍ତୁ...

ଯୁବ ଗୋଷ୍ଠୀଙ୍କ ନିଆରା ପଦକ୍ଷେପ , ନିଶୁଳ୍କ ପାଠ ପଢାଇଲେ ଗରିବ ଛାତ୍ରଛାତ୍ରୀ
ଯୁବ ଗୋଷ୍ଠୀଙ୍କ ନିଆରା ପଦକ୍ଷେପ , ନିଶୁଳ୍କ ପାଠ ପଢାଇଲେ ଗରିବ ଛାତ୍ରଛାତ୍ରୀ

ବରଗଡ: ଦୀର୍ଘ ମାସ ହେଲା ମହାମାରୀ କୋରୋନା ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇପଡିଥିବା ବେଳେ ଶିକ୍ଷାର ଉନ୍ନତି ନିମନ୍ତେ ଶିକ୍ଷିତ ଯୁବ ଗୋଷ୍ଠୀଙ୍କ ଏକ ଅଭିନବ ପ୍ରୟାସ। ଏ ଭଳି ଉତ୍ସାହପ୍ରଦ ଯୁବକ ମାନଙ୍କୁ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ |

ଯୁବ ଗୋଷ୍ଠୀଙ୍କ ନିଆରା ପଦକ୍ଷେପ , ନିଶୁଳ୍କ ପାଠ ପଢାଇଲେ ଗରିବ ଛାତ୍ରଛାତ୍ରୀ

ଚିଚିଣ୍ଡା ପରି ଏକ ଛୋଟିଆ ଗ୍ରାମର ଯୁବଗୋଷ୍ଠୀଙ୍କ ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ମାଗଣାରେ ଶିକ୍ଷାଦାନ ପାଇଁ ଆଗେଇ ଆସିଛନ୍ତି | କୋରୋନା ମହାମାରୀ ବହୁ ଜୀବନ ଜୀବିକା ଛଡାଇନେଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟୟ ହୋଇପଡିଛି | ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାର ସୁବ୍ୟବସ୍ଥା କରିବା ପାଇଁ ଅନେକ ଯୋଜନା ମାନ କରାଇବା ସହ ଲକଡାଉନ ସମୟଠାରୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଛନ୍ତି | ମାତ୍ର ସବୁ ବର୍ଗର ଲୋକେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ମୋବାଇଲ କିଣିବା ସମ୍ଭବପର ନୁହେଁ | ବହୁ ଗରିବ ପରିବାର ଏପରି ଅନଲାଇନ ଶିକ୍ଷାରୁ ବଞ୍ଚିତ ରହିଯାଉଛନ୍ତି ତେବେ ଶିକ୍ଷା ବ୍ୟବସ୍ଥାର ଏପରି ଅବସ୍ଥା ଦେଖି ଚିଚିଣ୍ଡା ଗ୍ରାମର ଲୁହାର ସିଂ ନାମକ ଜଣେ ପୂର୍ବତନ ଶିକ୍ଷକଙ୍କ ନିଆରା ପ୍ରୟାସରେ ସେହି ଗ୍ରାମର ୟୁନାଇଟେଡ ଗୃପର ଯୁବପିଢି ଆଗେଇ ଆସିଛନ୍ତି ମାଗଣାରେ ଶିକ୍ଷାଦାନ କରୁଛନ୍ତି |

ଅନଲକ ଆରମ୍ଭ ହେବା ଦିନଠାରୁ ଏହି ଯୁବପିଢି ସାମାଜିକ ଦୂରତ୍ଵ ନିୟମକୁ ପାଳନକରି ଗ୍ରାମର ପ୍ରାୟ 70 ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି | ଗ୍ରାମର ସ୍ନାତକ ଯୋଗ୍ୟତା ଥିବା ପ୍ରାୟ 10 ଜଣ ଯୁବକ ଯୁବତୀ ସାହିତ୍ୟ , ଗଣିତ , ଇଂରାଜୀ ,ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ଶିକ୍ଷାଦାନ କରୁଛନ୍ତି | ମଫସଲିଆ ଯୁବଗୋଷ୍ଠୀଙ୍କ ଏପରି ଚିନ୍ତାଧାରାକୁ ବରଗଡ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ABOUT THE AUTHOR

...view details