ଓଡିଶା

odisha

ETV Bharat / state

ପ୍ରେମ ପାଇଁ କେନାଲକୁ ଡେଇଁଲେ ଯୁବକ, ଦିନକ ପରେ ମିଳିଲା ମୃତଦେହ

ପ୍ରେମଜନିତ କଳହକୁ କେନ୍ଦ୍ର କରି କେନାଲକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଦିନକ ପରେ ମିଳିଲା ମୃତଦେହ । ଅଧିକ ପଢନ୍ତୁ...

ପ୍ରେମ ପାଇଁ କେନାଲକୁ ଡେଇଁ ଜୀବନ ହାରିଲେ ଯୁବକ
ପ୍ରେମ ପାଇଁ କେନାଲକୁ ଡେଇଁ ଜୀବନ ହାରିଲେ ଯୁବକ

By

Published : Sep 8, 2021, 11:38 AM IST

Updated : Sep 8, 2021, 12:11 PM IST

ବରଗଡ:କେନାଲକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ବରଗଡ ଟାଉନ ଥାନା ଅନ୍ତର୍ଗତ ବରଡୋଲ ମୁଖ୍ୟ କେନାଲ ଠାରେ ଯୁବକ ଜଣକ କେନାଲକୁ ଡେଇଁ ଆତ୍ମହତ୍ୟା କରିବାର ଦିନକ ପରେ ମୃତଦେହ ଉଦ୍ଧାର କରିଛି ବରଗଡ ଅଗ୍ନିଶମ ବିଭାଗ । ପ୍ରେମଜନିତ କଳହରୁ ଏପରି କରିଥିବା ସୂଚନା ।

ପ୍ରେମ ପାଇଁ କେନାଲକୁ ଡେଇଁଲେ ଯୁବକ, ଦିନକ ପରେ ମିଳିଲା ମୃତଦେହ

ବରଡୋଲ କେନାଲ ନିକଟରେ ବାଇକ ରଖି କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣକ । ତେବେ ପ୍ରେମଜନିତ କଳହରୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଯୁବକ ଜଣକ ଆତ୍ମହତ୍ୟା କରୁଥିବା ନେଇ ପ୍ରେମିକାକୁ ଜଣାଇବା ପରେ ଘରକୁ ଫେରିନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । କେନାଲ ନିକଟରୁ ଯୁବକଙ୍କ ବାଇକ ମିଳିବାରୁ ପରିବାର ଲୋକେ ବରଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବରଗଡ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସନ୍ଧାନ ଜାରି ରଖିବାର ଦିନକ ପରେ କେନାଲରେ ମୃତଦେହ ଭାସିବା ପରେ ଉଦ୍ଧାର କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Sep 8, 2021, 12:11 PM IST

ABOUT THE AUTHOR

...view details