ଓଡିଶା

odisha

ମନ୍ଦିରର ବିଦ୍ୟୁତ କାର୍ଯ୍ୟ ବେଳେ ଯୁବକଙ୍କ ମୃତ୍ୟୁ, ମାଡ ମାରିବା ସହ ପୁଜାରୀଙ୍କ ଘର ପୋଡିଲେ ଗ୍ରାମବାସୀ

By

Published : Apr 23, 2020, 10:23 PM IST

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ମନ୍ଦିରରେ କାମ କରୁଥିବା ବେଳେ ଲାଗିଥିଲା କରେଣ୍ଟ । ଘଟଣାରେ ପୁଝାରୀଙ୍କୁ ମାଡ ସହ ଗ୍ରାମବାସୀ ପୋଡିଦେଲେ ଘର । ଅଧିକ ପଢନ୍ତୁ...

young man electrocuted
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ବରଗଡ: ମନ୍ଦିରରେ ବିଦ୍ୟୁତ ମରାମତି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଯୁବକ ମୃତ । ତାଙ୍କ ମୃତ୍ୟୁ ହେବା ପରେ ଉତ୍ୟକ୍ତ ଲୋକେ ମନ୍ଦିର ପୁଜାରୀଙ୍କୁ ନିସ୍ତୁକ ମାଡମାରି ତାଙ୍କ ଘର ପୋଡ଼ିଦେଲେ । ଏପରି ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମପଞ୍ଚାୟତ ନୂଆଗଡ ଗ୍ରାମରେ । ନୂଆଗଡ଼ ଗ୍ରାମ ଟେଲିଟିକ୍ରାରେ ରହିଥିବା ମା ମେଟାକାନୀ ମନ୍ଦିରରେ ବିଦ୍ୟୁତ ମରାମତି କାମ ପାଇଁ ମନ୍ଦିରର ପୁଜାରୀ ଓକିଲ ସୁନା ଜଣେ ଯୁବକ ଅନିଲ ସାହୁଙ୍କୁ ଡକାଇଥିଲେ । ମାତ୍ର ବିଦ୍ୟୁତ କାମ କରିବା ସମୟରେ ବିଦ୍ୟୁତ ସଂଯୋଗରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା ।

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ତେବେ ଏହି ଘଟଣାଟି ପ୍ରଚାରିତ ହେବା ପରେ ଉତ୍ୟକ୍ତ ଗ୍ରାମବାସୀ ବହୁ ସମୟ ଧରି ରାସ୍ତାରୋକ କରିବା ସହିତ ମନ୍ଦିର ପୁଜାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗ୍ରାମବାସୀଙ୍କ ମାଡରେ ସେ ଗୁରୁତର ହୋଇପଡିଥିଲେ । ତେବେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଉକ୍ତ ପୁଜାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପହଞ୍ଚାଇଥିଲା । ସେପଟେ ଗ୍ରାମବାସୀ ପୁଜାରୀଙ୍କ ଘରକୁ ନିଆଁ ଲଗାଇଦେଇଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲାପରେ ଯାଇ ଲୋକେ ଶାନ୍ତ ପଡିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details