ବରଗଡ଼: ଅତାବିରା ଥାନା ଅନ୍ତର୍ଗତ ବ୍ଲକ ଛକ ନିକଟ ସମ୍ବଲପୁର ସମବାୟ ବ୍ୟାଙ୍କ କମ୍ପ୍ଲେକ୍ସରେ ଥିବା ସୁନା ଗହଣା ଦୋକାନ ସତ୍ୟନାରାୟଣ ଜୁଏଲାରୀରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି । ଅପରାହ୍ନ 2ଟା ସମୟରେ ଦୋକାନୀ ତାଙ୍କ ଦୋକାନ ବନ୍ଦ କରି ଖାଇବାକୁ ଯାଇଥିଲେ ଏବଂ ପୁଣି 3 ଟା 30 ମିନିଟରେ ଦୋକାନ ଖୋଲିଥିଲେ। ତେବେ ଏହି ବନ୍ଦ ଥିବା ସମୟରେ ଦୁର୍ବୃତ୍ତମାନେ ଦୋକାନ ପଛପଟ କାନ୍ଥ ଭାଙ୍ଗି ଦୋକାନ ଭିତରୁ ପାଖାପାଖି 70 ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି ।
ଦିବାଲୋକରେ ଗହଣା ଦୋକାନରୁ 70 ଲକ୍ଷ ଟଙ୍କାର ସୁନାଗହଣା ଚୋରି - ଅତାବିରା ଥାନା ଅନ୍ତର୍ଗତ ବ୍ଲକ ଛକ
ଅତାବିରା ଥାନା ଅନ୍ତର୍ଗତ ବ୍ଲକ ଛକ ନିକଟ ସମ୍ବଲପୁର ସମବାୟ ବ୍ୟାଙ୍କ କମ୍ପ୍ଲେକ୍ସରେ ଥିବା ସୁନା ଗହଣା ଦୋକାନ ସତ୍ୟନାରାୟଣ ଜୁଏଲାରୀରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି । ଅଧିକ ପଢନ୍ତୁ...

ଦିବଲୋକରେ ଗହଣା ଦୁକାନରୁ 70 ଲକ୍ଷ ଟଙ୍କାର ସୁନାଗହଣା ଚୋରି
ଦିବଲୋକରେ ଗହଣା ଦୁକାନରୁ 70 ଲକ୍ଷ ଟଙ୍କାର ସୁନାଗହଣା ଚୋରି
ଏହି ଦୋକାନ ମାଲିକଙ୍କ ଦୋକାନରେ ପୂର୍ବରୁ ମଧ୍ୟ ଚୋରି ଏବଂ ଡକାୟତି କରାଯାଇଥିବାବେଳେ ପୁଣି ଥରେ ବଡ ଧରଣର ଚୋରି ହୋଇଛି । ଘଟଣାସ୍ଥଳକୁ ଅତାବିରା ପୋଲିସ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷା ପଦ୍ମିନୀ ସାହୁ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଏନେଇ ପୋଲିସ ଏକ ଚୋରି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଅତାବିରା ଅଞ୍ଚଳରେ ଏହା ପ୍ରଥମ ଥର 70 ଲକ୍ଷ ଟଙ୍କାର ବଡ ଧରଣର ଚୋରି ହୋଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ