ବରଗଡ଼: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟ ହୋଇଛି । ଯୁଗେଯୁଗେ କେବଳ ସତ୍ୟ, ନ୍ୟାୟ ଓ ଧର୍ମର ହିଁ ଜୟ ହୋଇଥାଏ, ଏହି ବାର୍ତ୍ତା ପ୍ରସାର ହେଉଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।
ମଥୁରା ନଗରୀ ଭ୍ରମଣ ପରେ କଂସ ଦରବାରରେ କୃଷ୍ଣ ବଳରାମ-ଗତ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ପୌଷ ପୂର୍ଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ଓ ବଳରାମ ମଥୁରା ନଗରୀ ଭ୍ରମଣ କରି ମହାରାଜ କଂସଙ୍କ ଧନୁଯାତ୍ରାରେ ପହଞ୍ଚିଥିଲେ । ଏଠାରେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ବାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ବାରରେ ଥିଲା କୁବଳୟା ହସ୍ତୀ । ତେବେ କୁବଳୟା ହସ୍ତୀ ସହିତ ଗୋଟିଏ ପରେ ଗୋଟିଏ ସମସ୍ତ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ କୃଷ୍ଣ ଓ ବଳରାମ ଦୁଇ ଭାଇ । ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ ।
କଂସର ଅତ୍ୟାଚାରରୁ ମୁକ୍ତ ହେଲେ ମଥୁରାବାସୀ-ଯୁଗେଯୁଗେ ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ । ଏହି କ୍ରମରେ କଂସାସୁରର ଗୋଟିଏ ପରେ ଗୋଟିଏ କରି ସମସ୍ତ ପରାକ୍ରମୀ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ ଭଗବାନ କୃଷ୍ଣ ଓ ବଡ଼ଭାଇ ବଳରାମ । ଶେଷରେ ଅଷ୍ଟମଲ୍ଲଙ୍କୁ ବଦ୍ଧ କରିବା ପରେ ମହାରାଜ କଂସକୁ ବଦ୍ଧ କରିଥିଲେ ଭଗବାନ । କୃଷ୍ଣଙ୍କ ହାତରେ କଂସ ବଦ୍ଧ ହେବାପରେ ମଥୁରାରେ ଦେଖାଯାଇଥିଲା ଉତ୍ସବର ମାହୋଲ । କୃଷ୍ଣ ବଳରାମ ମହାରାଜ କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରାଇଥିଲେ ।