ଓଡିଶା

odisha

ETV Bharat / state

ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲେ ମହିଳା

ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେବଳ ମହିଳା ମାନେ ହିଁ ରକ୍ତଦାନ କରିଛନ୍ତି । ଅଧିକ ପଢ଼ନ୍ତୁ...

By

Published : Jul 16, 2021, 7:29 AM IST

women blood donation camp, blood donation camp in bargarh, ରକ୍ତାଭାବ ଦୂର କରିବେ ମହିଳା, ରକ୍ତଦାନ ଶିବିର ଅନୁଷ୍ଠିତ, ବିଜୁ ମହିଳା ଜନତା ଦଳ
ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲେ ମହିଳା

ବରଗଡ଼: ଅଗ୍ରଗାମୀ ଯୁବକ ସଂଘ ପରିସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେବଳ ମହିଳା ମାନେ ହିଁ ରକ୍ତଦାନ କରିଛନ୍ତି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନରେ ହୋଇଥିବା ଏହି ରକ୍ତଦାନ ଶିବିରରେ ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ କୋରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ ରକ୍ତଦାନ ଶିବିର ଗୁଡିକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବରଗଡ଼ରେ ମହିଳା ମାନେ ମଧ୍ୟ ରକ୍ତଭଣ୍ଡାରକୁ ରକ୍ତ ଦାନ କରି ରକ୍ତାଭାବକୁ ଦୂରକରିବାକୁ ଆଗେଇ ଆସିଛନ୍ତି ।

ମହିଳା ମାନଙ୍କର ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ଅତାବିରା ବିଧାୟକା ତଥା ପୁର୍ବତନ ମନ୍ତ୍ରୀ ରାଜ୍ୟ ବିଜୁ ମହିଳା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ନୂଆ ରୂପେ ଦଳର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡ଼ ବ୍ଳକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କୋରୋନା ମହାମାରୀ ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ର ବିଶିଷ୍ଟ ସମାଜସେବୀ ସସ୍ମିତା ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details