ଓଡିଶା

odisha

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ, ପ୍ରତିବାଦ କରିବାରୁ ମହିଳାଙ୍କୁ ଆକ୍ରମଣ !

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବାକୁ ବିରୋଧ କରିବାରୁ ଆକ୍ରମଣର ଶିକାର ହେଲେ ମହିଳା । ଆହାର କେନ୍ଦ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ଜଣେ ମହିଳାଙ୍କୁ ମାଡ ମାରିବା ପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ ସହରରୁ । ଅଧିକ ପଢ଼ନ୍ତୁ

By

Published : Mar 11, 2023, 10:51 PM IST

Published : Mar 11, 2023, 10:51 PM IST

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନକୁ ବିରୋଧ କରିବାରୁ ମହିଳାଙ୍କୁ ଆକ୍ରମଣ
ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନକୁ ବିରୋଧ କରିବାରୁ ମହିଳାଙ୍କୁ ଆକ୍ରମଣ

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନକୁ ବିରୋଧ କରିବାରୁ ମହିଳାଙ୍କୁ ଆକ୍ରମଣ

ବରଗଡ଼: ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବାକୁ ବିରୋଧ କରିବାରୁ ଆହାର କେନ୍ଦ୍ରର ମହିଳା କର୍ମଚାରୀମାନେ ଜଣେ ମହିଳାଙ୍କୁ ମାଡ ମାରିବା ପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ ସହରରୁ । ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ମହିଳାଙ୍କୁ ଆହାର କେନ୍ଦ୍ରର ମହିଳାଙ୍କ ଦ୍ଵାରା କରାଯାଇଥିବା ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି ଏବଂ ଆକ୍ରାମଣକାରୀ ମହିଳାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ବରଗଡ ଟାଉନ ଥାନାରେ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଆଜି ବରଗଡର ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଖାଦ୍ୟ ଥାଇ ମଧ୍ୟ ଲୋକଙ୍କୁ ଖାଦ୍ୟ ନାହିଁ କହି ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହି ସମୟରେ ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ଜଣେ ମହିଳା ଏହାକୁ ପ୍ରତିବାଦ କରିଥିଲେ ଏବଂ ଡାଲିରେ ଓ ଆଚାରରେ ପାଣି ମିଶାଯାଉଥିବା ବେଳେ ଉକ୍ତ ମହିଳା ଜଣକ ତାଙ୍କ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ । ତେବେ ଆହାର କେନ୍ଦ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ଉକ୍ତ ମହିଳାଙ୍କ ମୋବାଇଲ ଛଡାଇ ନେବା ସହିତ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଆହାର କେନ୍ଦ୍ରର ମହିଳା କର୍ମଚାରୀ ଜଣକ ଚପଲରେ ମାଡ ମାରିବା ନେଇ ଧମକ ଦେଉଥିବା ଭିଡିଓ ମଧ୍ୟ ରେକର୍ଡ ହୋଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହି ଭିଡିଓ ଏବଂ ସ୍ଥାନୀୟ ଲୋକ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବରଗଡ ଟାଉନ ଥାନାରେ ପୀଡ଼ିତା ଜଣକ ଏତଲା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ, ବିଚ୍‌ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ତେବେ ଦୀର୍ଘ ଦିନରୁ ବରଗଡ ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନଥିବା କାରଣରୁ ଆହାର କେନ୍ଦ୍ରରେ ପ୍ରତିଦିନ ଏପରି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜଣେ ମହିଳାଙ୍କୁ ଆହାର କେନ୍ଦ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନଙ୍କର ଏପରି ଆକ୍ରମଣ ଘଟଣାକୁ ବରଗଡର ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯିବା ସହିତ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବା ସହିତ ଆହାର କେନ୍ଦ୍ରରୁ ସେମାନଙ୍କୁ ବହିଷ୍କାର କରାଯିବା ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବରଗଡ

For All Latest Updates

ABOUT THE AUTHOR

...view details