ଓଡିଶା

odisha

ETV Bharat / state

ବରଗଡ ଗସ୍ତରେ WODC ଅଧ୍ୟକ୍ଷ, ଜମୁଡାରେ ମିନି ଷ୍ଟାଡିୟମର କଲେ ଶିଳାନ୍ୟାସ - ଜମୁଡାରେ ମିନି ଷ୍ଟାଡିୟମ

ବରଗଡ଼ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କରିବା ସହ ଜମୁଡାରେ ମିନି ଷ୍ଟାଡିୟମର କଲେ ଶିଳାନ୍ୟାସ । ଅଧିକ ପଢନ୍ତୁ

ଜମୁଡା ମିନି ଷ୍ଟାଡିୟମ
ଜମୁଡା ମିନି ଷ୍ଟାଡିୟମ

By

Published : May 21, 2023, 7:58 AM IST

ଜମୁଡା ମିନି ଷ୍ଟାଡିୟମର ଶିଳାନ୍ୟାସ

ବରଗଡ଼: ଜିଲ୍ଲାରେ ବଢିଚାଲିଛି ବିକାଶର ସ୍ରୋତ ଏବଂ ବରଗଡ ଗ୍ରାମାଞ୍ଚଳରେ ଏହି ବିକାଶର ଧାରାକୁ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଗତକାଲି ବରଗଡ ଜିଲ୍ଲା ଗସ୍ତରେ ଆସିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ବରଗଡ ବ୍ଲକର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବ୍ୟାପକ ଅର୍ଥ ଯୋଗେଇ ଦେଇଥିବା ବେଳେ ଜମୁଡ଼ା ଠାରେ ହେବାକୁ ଥିବା ମିନି ଷ୍ଟାଡିୟମ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବରାହଗୁଡା ଗ୍ରାମର ଏକ ନିର୍ମାଣଧୀନ କଲ୍ୟାଣ ମଣ୍ଡପ ଏବଂ ବରଗଡ ଟାଉନରେ ଚାଲିଥିବା ଅଡିଟୋରିଅମ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ।

ବରଗଡ ବ୍ଲକର ସମସ୍ତ ଗ୍ରାମାଞ୍ଚଳକୁ ସହର ପରି ବିକାଶ କରାଇବା ପାଇଁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଲକ୍ଷ୍ୟ ରଖିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହିତ ସମାନ୍ତର କରିବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ଜମୁରଡ଼ା ଗ୍ରାମରେ ଏକ ମିନି ଷ୍ଟାଡିୟମ ନିର୍ମାଣ, ବରାହଗୁଡା ପନରା ପାଟ ମନ୍ଦିର ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଅନୁରୋଧ କରିଥିଲେ ଏବଂ ଏହାର ଅନୁମୋଦନ ମିଳିବା ପରେ ଗତକାଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଦ୍ଵାରା ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା ।

ଅସିତ ତ୍ରିପାଠୀ ଗତକାଲି(ଶନିବାର) ବରଗଡ ଗସ୍ତରେ ଆସି ପ୍ରଥମେ ଜମୁଡ଼ା ଗ୍ରାମକୁ ପହଞ୍ଚିଥିଲେ ଏବଂ ସେଠାରେ ଜମୁଡ଼ା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୫୦ ଲକ୍ଷ ଟଙ୍କା ବିନିମୟରେ ହେବାକୁ ଥିବା ମିନି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ ଏବଂ ପରେ ଏକ ସାଧାରଣ ସଭାରେ ଯୋଗଦାନ କରି ଲୋକଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ ବିଡିଓ ଯୁଧିଷ୍ଠୀର ମେହେର, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ଉପସ୍ଥିତ ଥିଲେ । ଜମୁଡ଼ା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ କ୍ରୀଡା କ୍ଷେତ୍ରର ବିକାଶ ପାଇଁ ଏକ ମିନି ଷ୍ଟାଡିୟମ ଅତ୍ୟନ୍ତ ଆବଶ୍ୟକ ରହିଥିଲା ।

ଏହା ବି ପଢନ୍ତୁ- ଚିନିକଳ ବିକ୍ରି ପ୍ରସଙ୍ଗକୁ ଆପର ବିରୋଧ, ବିଧାୟକଙ୍କ ମନ୍ତବ୍ୟକୁ କଡ଼ା ଜବାବ

ବରଗଡ ସହରରେ ଯୁବପିଢିଙ୍କ କ୍ରୀଡାର ବିକାଶ ପାଇଁ ଖେଳ ପଡିଆ ତଥା ମିନି ଷ୍ଟାଡିୟମ ରହିଥିବା ବେଳେ କିନ୍ତୁ ଗ୍ରାମାଞ୍ଚଳରେ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ପିଲାଙ୍କ କୌଣସି ଷ୍ଟାଡିୟମର ବ୍ୟବସ୍ଥା ନଥିଲା । ଏଥିଲାଗି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ହୃଦବୋଧ କରିପାରି ଜମୁଡାଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଉଦ୍ୟମ କରିଥିଲେ ଏବଂ ଗତକାଲି ଏହାର ଶିଳାନ୍ୟାସ ହୋଇଯାଇଛି । ଗ୍ରାମାଞ୍ଚଳରେ ସାଢେ ଚାରି ଏକର ବିଶିଷ୍ଟ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ଜମୁଡ଼ା ଗ୍ରାମବାସୀ ବେଶ ଖୁସି ଥିବାବେଳେ ଏହି ଷ୍ଟାଡିୟମରେ ଆଖପାଖ ୩୦ରୁ ଅଧିକ ଗ୍ରାମର ଯୁବକ ଯୁବତୀମାନେ ଉପକୃତ ହେବେ ।

ଅନ୍ୟପଟେ ବରାହଗୁଡା ଗ୍ରାମରେ ଥିବା ପରରା ପାଟ ମନ୍ଦିରରେ ଲୋକଙ୍କ ସୁବିଧା ପାଇଁ ୨୩ ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ଏକ ସୁନ୍ଦର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ବରଗଡ ବିଧାୟକ ଏବଂ WODC ଅଧ୍ୟକ୍ଷ । ସେହିପରି ବରଗଡ ବିଧାୟକଙ୍କ ଉଦ୍ୟମ କ୍ରମେ ବରଗଡ ପୌର ପରିଷଦ ଅଧିନସ୍ଥ ସ୍ଥାନୀୟ ନିୟନ୍ତ୍ରିତ କୃଷି ବଜାର ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୯ କୋଟି ୭ଲକ୍ଷ ୧୦ ହଜାର ବିନିମୟରେ ନିର୍ମାଣଧୀନ ୫୦୦ ସିଟ ବିଶିଷ୍ଟ ଏକ ବିରାଟ ଅଡିଟୋରିଅମର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details