ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ହଳଧରଙ୍କ ମାଟିରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ - ବେଆଇନ ମଦ ବିକ୍ରି

ବରଗଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଘେଂସଠାରେ ବେଆଇନ ଭାବେ ମଦ ବିକ୍ରିକୁ ବନ୍ଦ କରିବାକୁ ଗ୍ରାମର ବହୁ ମହିଳା ସଙ୍ଗଠନ ଅଣ୍ଟା ଭିଡିଛନ୍ତି |

ପଦ୍ମଶ୍ରୀ ହଳଧରଙ୍କ ମାଟିରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ

By

Published : Oct 15, 2019, 4:47 AM IST

ବରଗଡ: ପଦ୍ମଶ୍ରୀ ହଳଧର ନାଗଙ୍କର ପବିତ୍ର ମାଟିରେ ମଦ ବିକ୍ରି ବନ୍ଦ କରିବା ପାଇଁ ଘେଂସ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଆନ୍ଦୋଳନକୁ ଓହ୍ଲାଇ ମଦ ଦୋକାନରେ ତାଲା ପକାଇଥିଲେ | ଗ୍ରାମର ବହୁ ମହିଳା ସଙ୍ଗଠନ ଏକତ୍ରିତ ହୋଇ ମଦ ବିରୋଧୀ ଆନ୍ଦୋଳନ କରିଥିଲେ ।

ମଦନିଶା ପ୍ରଭାବରେ ଘରେ ଘରେ ପାରିବାରିକ ହିଂସା, ମହିଳାମାନେ ନିର୍ଯାତିତ, ବୃଦ୍ଧାବସ୍ଥା ପୂର୍ବରୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ପୁରୁଷଙ୍କ ମୃତ୍ୟୁ, ରାସ୍ତାଘାଟରେ ମହିଳାଙ୍କୁ ଅସଭ୍ୟ ବ୍ୟବହାର କରୁଥିବା ଆଦି ନାନା ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ସୋମବାର ବରଗଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଘେଂସଠାରେ ବେଆଇନ ଭାବେ ମଦ ବିକ୍ରିକୁ ବନ୍ଦ କରିବାକୁ ଗ୍ରାମର ବହୁ ମହିଳା ସଙ୍ଗଠନ ଅଣ୍ଟା ଭିଡିଛନ୍ତି | ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମଦ ବିରୋଧୀ ସ୍ଲୋଗାନ ଲେଖାଥିବା ବ୍ୟାନର ଓ ଫ୍ଲାଏ କାର୍ଡ ଧରି ସ୍ଲୋଗାନ ସହିତ ସମଗ୍ର ଗ୍ରାମରେ ପରିକ୍ରମା କରିଥିଲେ । ଏହାସହ ମଦବିକ୍ରି ସ୍ଥାନରେ ପହଞ୍ଚି ସେଠାରେ ମଦ ଦୋକାନରେ ତାଲା ପକାଇଥିଲେ |

ପଦ୍ମଶ୍ରୀ ହଳଧରଙ୍କ ମାଟିରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ

ଶତାଧିକ ମହିଳା ମେଳଛାମୁଣ୍ଡା ଥାନାକୁ ଘେରାଉକରିଥିଲେ ଏବଂ ମଦବିକ୍ରି ବନ୍ଦ କରି ମଦ ବିକାଳିଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ | ତେବେ ଥାନା ଅଧିକାରୀ ସପ୍ନାରାଣୀ ଗଛାଯତ ମହିଳାଙ୍କୁ ମଦ ବିକ୍ରି ବନ୍ଦ ହେବାର ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆନ୍ଦୋଳନରୁ ଓହରିଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details