ଓଡିଶା

odisha

ETV Bharat / state

ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ; ଆଜି ଅତାବିରା ବନ୍ଦ - ପ୍ରଶାସନ ସହ ଆଲୋଚନା ବିଫଳ

ଟୋକନ ବ୍ୟବସ୍ଥାକୁ ବିରୋଧ। ଯାହାକୁ ନେଇ ଚାଷୀ ଏବେ ଚରମବାଣୀ ସରକାରଙ୍କୁ ଶୁଣାଇଛନ୍ତି । ଟୋକନ ବ୍ୟବସ୍ଥା ବିରୋଧରେ 2ଦିନ ହେଲା ସମଗ୍ର ପଶ୍ଚିମଓଡିଶାରେ ଏବେ ଦେଖାଦେଇଛି ଚାଷୀ ଆନ୍ଦୋଳନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Nov 20, 2019, 5:27 AM IST

ବରଗଡ/ସମ୍ବଲପୁର: ରାଜ୍ୟରେ ଆରମ୍ଭ ହୋଇଛି ଖରିଫ ଧାନ କିଣା । ସରକାର ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଚାଷୀ ଏବେ ଚରମବାଣୀ ସରକାରଙ୍କୁ ଶୁଣାଇଛନ୍ତି । ଟୋକନ ବ୍ୟବସ୍ଥା ବିରୋଧରେ 2ଦିନ ହେଲା ସମଗ୍ର ପଶ୍ଚିମ ଓଡିଶାରେ ଏବେ ଦେଖାଦେଇଛି ଚାଷୀ ଆନ୍ଦୋଳନ । ମଙ୍ଗଳବାର ସମ୍ବଲପୁର ଓ ବରଗଡରେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ଆଜି ଚାଷୀ ନିଜ ନିଜ ବିଧାୟକଙ୍କୁ ଘେରିଛନ୍ତି । ସମ୍ବଲପୁର ଜିଲ୍ଲାର 3ଜଣ ବିଧାୟକଙ୍କ ଘର ଆଗରେ ଆଜି ଟ୍ରାକ୍ଟର ଭର୍ତ୍ତୀ ଧାନ ରଖି ପ୍ରତିବାଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସମ୍ବଲପୁର, ରେଢାଖୋଲ, ରେଙ୍ଗାଳିର ଓ କୁଚିଣ୍ଡା ବିଧାୟକଙ୍କ ଘର ଆଗରେ କରିଛନ୍ତି ଆନ୍ଦୋଳନ । ଧାନ ବୋଝେଇ ଟ୍ରାକ୍ଟର ଆଣି ଚାଷୀ ସାରା ଦିନ ଆନ୍ଦୋଳନ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନାହାଁନ୍ତି ସରକାର । ଓଲଟି ବିଭାଗୀୟ ମନ୍ତ୍ରୀ 3ମାସ ପର୍ଯ୍ୟନ୍ତ କୌଣସି ନିଷ୍ପତି ଟୋକନ ଉପରେ ନିଆଯିବ ନାହିଁ ବୋଲି ବିଧାନସଭାରେ କହିଛନ୍ତି । ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଶୁଣି ଆହୁରି ତାତିଛନ୍ତି । ଫଳରେ ଏହି ଆନ୍ଦୋଳନ ବ୍ୟାପିପାରେ ।


ସେପଟେ ବରଗଡ ଜିଲ୍ଲାରେବି ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ତୀବ୍ର ହୋଇଛି । ସାରା ଦିନ ସମସ୍ତ ସରକାରୀ ଅଫିସରେ ତାଲା ପକାଇଛନ୍ତି ଚାଷୀ । ଫଳରେ ସଂଧ୍ୟାରେ ବସିଥିବା ଚାଷୀ ଓ ପ୍ରଶାସନ ମଧ୍ୟରେ ବୈଠକ ବିଫଳ ହୋଇଛି । ଫଳରେ ବୁଧବାର ଅତାବିରା ବ୍ଲକ ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ | ଏହାକୁ ନେଇ ସାରା ପଶ୍ଚିମ ଓଡିଶାରେ ଏବେ ବଢିବାରେ ଲାଗିଛି ଚାଷୀ ଆନ୍ଦୋଳନ । ତେବେ ସରକାର ନିଜ ଆଭିମୁଖ୍ୟରେ ରହୁଛନ୍ତି ନା ଚାଷୀଙ୍କ ଦାବିକୁ ଗ୍ରହଣ କରୁଛନ୍ତି ଏବେ ତାଉପରେ ନଜର ।

ବରଗଡରୁ ରାଜେସ ସରାପ, ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣାଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details