ଓଡିଶା

odisha

ETV Bharat / state

ଡିଜିଟାଲ ଧନୁଯାତ୍ରା ପାଇଁ ଦାବି - dhanu yatra

ଡିଜିଟାଲ ମାଧ୍ୟମରେ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କରାଯାଉ ବୋଲି ଦାବି କଲା ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ । ଅଧିକ ପଢନ୍ତୁ...

ଡିଜିଟାଲି ଧନୁଯାତ୍ରା କରିବାକୁ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ଦାବି
ଡିଜିଟାଲି ଧନୁଯାତ୍ରା କରିବାକୁ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ଦାବି

By

Published : Dec 18, 2020, 8:30 PM IST

Updated : Dec 18, 2020, 9:35 PM IST

ବରଗଡ: କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ବରଗଡର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି । ତେବେ ଏହି ନିଷ୍ପତ୍ତିକୁ ପଶ୍ଚିମ ଓଡିଶା ଯୁବାମଞ୍ଚ ତରଫରୁ ବିରୋଧ କରାଯାଇଛି । ଆଜି (ଶୁକ୍ରବାର) ପଶ୍ଚିମ ଓଡିଶା ଯୁବାମଞ୍ଚ ତରଫରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାକୁ ମହାଆଡମ୍ବରରେ କରାନଯାଇ ଡିଜିଟାଲ ମାଧ୍ୟମରେ କରାଯାଉ ବୋଲି ଦାବି ହୋଇଛି ।

ଡିଜିଟାଲି ଧନୁଯାତ୍ରା କରିବାକୁ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ଦାବି

କୋରୋନାର ପ୍ରଭାବ ଶୀର୍ଷରେ ଥିବା ସମୟରେ କୋଭିଡ଼ କଟକଣାକୁ ପାଳନ କରି ବଡ଼ ଠାକୁରଙ୍କର ରଥଯାତ୍ରା ଯେଉଁଭଳି ସଫଳତାର ସହିତ ସମ୍ଭବ ହୋଇ ପାରିଲା ସେହିଭଳି ଏକ ରାସ୍ତା ବାହାର କରାଯାଉ । ଏବଂ ଧନୁଯାତ୍ରାକୁ ବନ୍ଦ ନକରି ଡିଜିଟାଲ ମାଧ୍ୟମରେ କରିବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ପଶ୍ଚିମ ଓଡିଶା ଯୁବା ମଞ୍ଚର ଦାବି ପତ୍ର ପ୍ରଦାନ ଦେଇଛନ୍ତି ।

ଡିଜିଟାଲି ଧନୁଯାତ୍ରା କରିବାକୁ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ଦାବି

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁମତି ପଣ୍ଡା ଦାବିପତ୍ର ଗ୍ରହଣ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Dec 18, 2020, 9:35 PM IST

ABOUT THE AUTHOR

...view details