ଓଡିଶା

odisha

ETV Bharat / state

ବିଶ୍ବ ବଜାରରେ ବଢୁଛି ସମ୍ବଲପୁରୀ ବାନ୍ଧର ଡିମାଣ୍ଡ, ଉଚିତ ପାଉଣାରୁ ବଞ୍ଚିତ ବୁଣାକାର - WAVERS OF BARGARH

ରାଜ୍ୟ ତଥା ଜାତୀୟ ଅନ୍ତର୍ଜାତୀୟସ୍ତରରେ ସମ୍ବଲପୁରୀ ଶାଢୀର ଚାହିଦା ଏବେ ଦ୍ବିଗୁଣିତ ହେବାରେ ଲାଗିଛି । ବରଗଡ ଜିଲ୍ଲା ଏକ ବୃହତ ହସ୍ତତନ୍ତ ଶିଳ୍ପ ଓ ଏହାର କାରଗରୀର କେନ୍ଦ୍ରସ୍ଥଳୀ ପାଲଟିଛି । କହିବାକୁ ଗଲେ ବୁଣାକାରଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି ହୋଇପାରିଛି । ଏହା ସତ୍ତ୍ବେ ମଧ୍ୟ ବୁଣାକାରଙ୍କୁ ଉଚିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହୋଇଆସୁଛି । ତେବେ ଏହା ପଛ କାରଣ ଜାଣିବା ପାଇଁ ଦେଖନ୍ତୁ ଆମ ଏହି ସ୍ପେଶାଲ ରିପୋର୍ଟ...

ବିଶ୍ବ ବଜାରରେ ବଢୁଛି ସମ୍ବଲପୁରୀ ବାନ୍ଧର ଡିମାଣ୍ଡ, ଉଚିତ ପାଉଣାରୁ ବଞ୍ଚିତ ବୁଣାକାର
ଅନ୍ତର୍ଜାତୀୟ ସ୍ତରରେ ବଢୁଛି ସମ୍ବଲପୁରୀବାନ୍ଧର ଡିମାଣ୍ଡ

By

Published : Oct 5, 2020, 6:33 PM IST

ବରଗଡ:ଅନ୍ତର୍ଜାତୀୟ ବଜାରରେ ସୁନାମ ଅର୍ଜନ କରିଛି ସମ୍ବଲପୁରୀ ଶାଢୀ । ଅଦ୍ବିତୀୟ ସୂକ୍ଷ୍ମକାରିଗରୀ ଓ ପ୍ରାକୃତିକ ରଙ୍ଗର ହାତବୁଣା ବାନ୍ଧକଳା ଘରେ ଘରେ ପରିଚିତ । ଖାସ୍ ସେଥିପାଇଁ ତ ଦେଶବିଦେଶରେ ମଧ୍ୟ ସମ୍ବଲପୁରୀ ଶାଢୀର ରହିଛି ଢେର ଚାହିଦା । ଆଜି ବରଗଡ ଜିଲ୍ଲା ଏକ ବୃହତ ହସ୍ତତନ୍ତ ଶିଳ୍ପ ଓ ଏହାର କାରିଗରୀର କେନ୍ଦ୍ରସ୍ଥଳୀ ପାଲଟିଛି । ବୁଣାକାରଙ୍କ ପାଇଁ ସୃଷ୍ଟି ହୋଇପାରିଛି ଏକ ବଡ ବଜାର । ସମ୍ବଲପୁରୀ ବସ୍ତ୍ରରୁ କୋଟି କୋଟି ଟଙ୍କା ଆୟ ମଧ୍ୟ କରାଯାଉଛି । ହେଲେ ହାଡଭଙ୍ଗା ପରିଶ୍ରମ ସତ୍ତ୍ବେ ଉଚିତ ପାଉଣାରୁ ବଞ୍ଚିତ ବାନ୍ଧକଳାର ବୁଣାକାର । ଗୋଟିଏ ଶାଢୀକୁ ମାସ ମାସ ଧରି ବୁଣୁଥିବା କାରିଗରଙ୍କ ଅପେକ୍ଷା ଏଠି ମାଲାମାଲ ହେଉଛନ୍ତି ବେପାରୀ । ବଜାରରେ ଏହି ବସ୍ତ୍ରର ମୂଲ୍ୟ 20 ରୁ 30 ହଜାର ଟଙ୍କା ରହିଥିବାବେଳେ ବୁଣାକାରଙ୍କୁ ଦିନ ମଜୁରିଆ ହିସାବରେ ମିଳୁଛି ମାତ୍ର 200 ଟଙ୍କା । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ ।

ବିଶ୍ବ ବଜାରରେ ବଢୁଛି ସମ୍ବଲପୁରୀ ବାନ୍ଧର ଡିମାଣ୍ଡ, ଉଚିତ ପାଉଣାରୁ ବଞ୍ଚିତ ବୁଣାକାର

ସମ୍ବଲପୁରୀ ବସ୍ତ୍ର କିମ୍ବା ବାନ୍ଧକଳାକୁ ପ୍ରସ୍ତୁତ କରିବାକୁ ଲାଗିପଡନ୍ତି ପୁରା ପରିବାର । ରଙ୍ଗ ଦେବାଠୁ ବୁଣାକାମ, ଦିନ ରାତି ଏକ କରି ସୁନ୍ଦର ଡିଜାଇନ ପ୍ରସ୍ତୁତ କରିଥାନ୍ତି । ତେବେ ଶାଢୀରେ ଚଢା ଯାଉଥିବା ରଙ୍ଗ ହେଉ ଅବା ସୂତା ଏଥିପାଇଁ ମାତ୍ର 800 ଟଙ୍କା ଖର୍ଚ୍ଚ ହୁଏ । ସେପଟେ ବରଗଡ ଜିଲ୍ଲାରେ ସମ୍ବଲପୁରୀ ବସ୍ତ୍ର ବିକ୍ରି ପାଇଁ ବଜାରର ବ୍ୟବସ୍ଥା ରହିଛି । ହେଲେ ବାରମ୍ବାର ବଜାରକୁ ଯାଇ ବିକ୍ରି କରିବାର ଝଞ୍ଝଟରୁ ମୁକ୍ତି ପାଇବାକୁ ବୁଣାକାର ସାହୁକାର କିମ୍ବା ଦୋକାନୀ ଉପରେ ନିର୍ଭର କରନ୍ତି । ଏବଂ ସେମାନଙ୍କ ଚାହିଦା ମୁତାବକ ଲୁଗା କାମ କରିବାକୁ ବାଧ୍ୟ ହୋଇଥାନ୍ତି । ଯାହା ଫଳରେ ଆଜି ସମ୍ବଲପୁରୀ ଶାଢୀର ପ୍ରକୃତ ଦାମ କାରିଗର ନୁହେଁ ଦୋକାନୀମାନେ ସ୍ଥିର କରନ୍ତି ।

ମହାତ୍ମା ଗାନ୍ଧୀଙ୍କ ସ୍ବଦେଶୀ ଆହ୍ବାନ କ୍ରମେ ବରଗଡରେ ଆରମ୍ଭ ହୋଇଥିଲା ହସ୍ତତନ୍ତ କାମ । ବଲିଉଡରୁ ବିଶ୍ବ ସବୁଠାରେ ଆଦୃତ ହୋଇପାରିଛି ଏହି ବସ୍ତ୍ର। କିନ୍ତୁ ପରିତାପର ବିଷୟ ଏବେବି ଉଚିତ୍ ପାଉଣାରୁ ବଞ୍ଚିତ ବୁଣାକାର । ତେଣୁ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details