ବରଗଡ଼: ଆସନ୍ତା କାଲି ଆରମ୍ଭ ହେବ ପଦ୍ମପୁର ଉପନିର୍ବାଚନ (Padmapur ByPoll Voting)ପାଇଁ ମତ ଦାନ ପ୍ରକ୍ରିୟା । ଏଥିପାଇଁ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ପଦ୍ମପୁର ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ସମୟ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରଖାଯାଇଛି । ତେବେ ମତଦାନ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ କରାଯାଇଥିବା ସୂଚନା ମିଳିଛି ।
ସେଥିମଧ୍ୟରୁ ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକରେ ୨ ଟି ଲେଖାଏଁ କରି ୬ ଗୋଟି ପିଙ୍କ ବୁଥ୍ର ଆୟୋଜନ କରାଯାଇଛି । ଯେଉଁଠି କେବଳ ମହିଳା କର୍ମଚାରୀ ମାନେ ମତ ସଂଗ୍ରହ ପ୍ରକ୍ରିୟାରେ ରହିବେ । ସେହିପରି ସମୁଦାୟ ୧୫ଟି ମଡେଲ୍ ବୁଥ୍ କରାଯାଇଛି । ୭୪ ଗୋଟି ବୁଥକୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ୭୮ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ୧୨୦ ଗୋଟି ବୁଥରେ ୱେବ କାଷ୍ଟିଙ୍ଗର ବ୍ୟବସ୍ଥା କରାଯାଇଥିବା ବେଳେ ୬୬ ଗୋଟି ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି । ଆସନ୍ତାକାଲି ତଥା ଡିସେମ୍ବର ୫ ତାରିଖକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଛି ।
ଏହା ବି ପଢନ୍ତୁ- ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପ୍ରଦୀପ ପୁରୋହିତଙ୍କ ନାଁରେ ଏତଲା