ଓଡିଶା

odisha

ETV Bharat / state

Padampur Bypoll: ଜାରି ରହିଛି ମତଦାନ, ନେତା ବାଛୁଛନ୍ତି ପଦ୍ମପୁରବାସୀ - ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ ପ୍ରକ୍ରିୟା

ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ ପ୍ରକ୍ରିୟା । ବୁଥରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଅଧିକ ପଢନ୍ତୁ

Padampur Bypoll
Padampur Bypoll

By

Published : Dec 5, 2022, 7:19 AM IST

Updated : Dec 5, 2022, 9:58 AM IST

ବରଗଡ:ଆଜି ପଦ୍ମପୁର ଉପନିର୍ବାଚନ (Padmapur ByPoll Voting) । ୩ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏନେଇ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ ପ୍ରକ୍ରିୟା । ମତ ସାବ୍ୟସ୍ତ କରିବା ପାଇଁ ବୁଥ ଆଗରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ପଦ୍ମପୁର ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ପ୍ରକ୍ରିୟା। କଡା ସୁରକ୍ଷାବଳ ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ବିଜେଡି ପ୍ରାର୍ଥୀ ବର୍ଷା ସିଂହ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

Padampur Bypoll

୩୧୯ଟି ବୁଥରେ ମତଦାନ ଆରମ୍ଭ ହୋଇଥିବା ବେଳେ ସେଥିମଧ୍ୟରୁ ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକରେ ୨ ଟି ଲେଖାଏଁ କରି ୬ ଗୋଟି ପିଙ୍କ ବୁଥ୍‌ ରହିଛି । ଏଠାରେ କେବଳ ମହିଳା କର୍ମଚାରୀ ମାନେ ମତ ସଂଗ୍ରହ ପ୍ରକ୍ରିୟାରେ ରହିବେ । ସେହିପରି ସମୁଦାୟ ୧୫ଟି ମଡେଲ୍‌ ବୁଥ୍‌ କରାଯାଇଛି । ୭୪ ଗୋଟି ବୁଥକୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ୭୮ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ୧୨୦ ଗୋଟି ବୁଥରେ ୱେବ କାଷ୍ଟିଙ୍ଗର ବ୍ୟବସ୍ଥା କରାଯାଇଥିବା ବେଳେ ୬୬ ଗୋଟି ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି । ମତଦାନ ଯୋଗୁଁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଛି ।

ପଦ୍ମପୁରରେ ସମୁଦାୟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଛି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି । ବରଗଡ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪୫ ମୋବାଇଲ ପାର୍ଟି, ୧୫ଟି ସେକ୍ଟର ପାର୍ଟି, ୪ଟି ସୁପରଭାଇଜର ପାର୍ଟି, ବିଭିନ୍ନ ଗ୍ରାମରେ ବୁଥ ମାନଙ୍କୁ ଯାଇ ନିରୀକ୍ଷଣ କରିବେ । ସେହିପରି ୪ ଗୋଟି ସିନିୟର ସୁପରଭାଇଜର ପାର୍ଟି ମଧ୍ୟ ପ୍ରତି ବୁଥକୁ ଯାଇ ନିରୀକ୍ଷଣ କରିବେ ।

ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ୯ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ସମେତ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨୨ ଗୋଟି ନାକା କରାଯାଇଛି । ସେଥି ମଧ୍ୟରୁ ୧୦ ଗୋଟି ନାକା ଛତିଶଗଡ ସୀମାରେ ରହିଥିବା ବେଳେ ୧୨ ଗୋଟି ନାକା ଓଡିଶା ଭିତରେ ରହିଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ସବୁ ନାକା ମାନଙ୍କରେ ପୋଲିସର ଡ୍ୟୁଟି ୨୪ ଘଣ୍ଟା ଲଗାତାର ଜାରି ରହିବ ବୋଲି ବରଗଡ ଏସପି ଗତକାଲି ସୂଚନା ଦେଇଥିଲେ ।

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡିଥିଲା । ୬୫ ବର୍ଷ ବୟସରେ ଆଖି ବୁଜିଥିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ସେ ଦୀର୍ଘ ୨ ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁରରୁ ୫ ଥର ବିଧାୟକ ଥିଲେ । ୧୯୯୦ ଓ ୧୯୯୫ରେ ସେ ଜନତା ଦଳ ଟିକେଟରେ ବିଧାନସଭା ଆସିଥିଲେ । ସେହିପରି ୨୦୦୦, ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ୨୦୧୪ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାଜିତ ହୋଇଥିଲେ ।

ଇଟିଭି ଭାରତ, ବରଗଡ

Last Updated : Dec 5, 2022, 9:58 AM IST

ABOUT THE AUTHOR

...view details