ଓଡିଶା

odisha

ETV Bharat / state

ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ - _Vote donet bycot

ଏଥର ବିଜେପୁର ଉପ-ନିର୍ବାଚନରେ ସାମିଲ ହେବେନି ପତ୍ରାପାଳି ଗ୍ରାମବାସୀ । ନେତାଙ୍କ ପ୍ରତିଶ୍ରୁତିରେ ପ୍ରତାରିତ ହୋଇ ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Oct 17, 2019, 10:28 PM IST

ବରଗଡ: ଆସନ୍ତା ୨୧ରେ ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହି ଆସନ ଦଖଲ ପାଇଁ ସବୁ ଦଳ ଯୋରଦାର ପ୍ରଚାର ଚଳାଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜେପୁର ଗସ୍ତରେ ଆସିଛନ୍ତି ।

ଠିକ ଏହି ସମୟରେ ଗାଇସିଲେଟ ବ୍ଲକ ଚାଣ୍ଟିପାଳି ଗ୍ରାମପଞ୍ଚାୟତର ପତ୍ରାପାଳି ଗ୍ରାମବାସୀ ଧାରଣାରେ ବସିଥିଲେ । ଏହା ବ୍ୟତୀତ ସେମାନେ ବିଜେପୁର ଉପ-ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ।ନେତା ଓ ମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ପ୍ରତାରିତ ହୋଇ ଗ୍ରାମବାସୀ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ନିର୍ବାଚନ ଆସିଲେ କେବଳ ପ୍ରତିଶ୍ରୁତିର ବର୍ଷା ହୁଏ । ନିର୍ବାଚନ ସରିଲେ ପୁଣି ପ୍ରତିଶ୍ରୁତି ପାଇଁ ଆଉ ଏକ ନିର୍ବାଚନକୁ ଅପେକ୍ଷା ଥାଏ । ଗ୍ରାମକୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଛାତ୍ରଛତ୍ରୀ ସ୍କୁଲ ଯିବେରେ ସମସ୍ୟା ଭୋଗୁଥିବା ବେଳେ, ସ୍ବାସ୍ଥ୍ୟ ଖରାପ ହେଲେ ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ଆସୁ ନାହିଁ । ବାରମ୍ବାର ଦାବି ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ନହେବାରୁ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details