ଓଡିଶା

odisha

ETV Bharat / state

ବରଗଡ଼ରେ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ, ଅସହାୟଙ୍କ ମୁହଁରେ ଫୁଟିଲା ହସ - special programme in bargarh

ନୂଆଁଖାଇ ପୂର୍ବରୁ ବରଗଡ଼ରେ ପାଳିତ ହେଲା ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ। ଗରିବ ଅସହାୟଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ନୁଆ ବସ୍ତ୍ର ବଣ୍ଟନ କରିଛି କଳା ସମ୍ବିଧାନ ସୁରକ୍ଷା ମଞ୍ଚ । ଅଧିକ ପଢନ୍ତୁ

special programme by volunteers
ବରଗଡ଼ରେ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ

By ETV Bharat Odisha Team

Published : Sep 18, 2023, 3:57 PM IST

ବରଗଡ଼ରେ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ

ବରଗଡ଼:ଆଉ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା 20 ତାରିଖରେ ପାଳିତ ହେବାକୁ ଯାଉଛି କୃଷି ଭିତ୍ତିକ ପର୍ବ ନୂଆଁଖାଇ ତିହାର । ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ବରଗଡ଼ ସହର ଉତ୍ସବ ମୁଖର ହୋଇଉଠିଛି । ଦୋକାନ ବଜାର ସବୁଆଡ଼େ ଲାଗିଛି ଲୋକଙ୍କ ଭିଡ଼ । ନୂଆଁଖାଇରେ ଗରିବ ଅସହାୟଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ନୁଆ ବସ୍ତ୍ର ବଣ୍ଟନ କରିଛି କଳା ସମ୍ବିଧାନ ସୁରକ୍ଷା ମଞ୍ଚ । ନୂଆଁଖାଇ ପୂର୍ବରୁ ବରଗଡରେ ପାଳିତ ହୋଇଛି ନିଆରା ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ।

ଆସନ୍ତା 20 ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହେବାକୁ ଯାଉଛି । ଏହି ପର୍ବକୁ ଧନୀରୁ ଆରମ୍ଭ କରି ଗରିବ ସମସ୍ତ ବର୍ଗର ଲୋକେ ଉତ୍ସାହର ସହିତ ପାଳନ କରିଥାନ୍ତି। ଗରିବ ଓ ଅସହାୟଙ୍କୁ ନୂଆଁଖାଇ ପାଳନ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଇବା ସହ ନୂଆଁଖାଇ ଯୋଟଯାଟ ପରି ନିଆରା ପଦକ୍ଷେପ ନେଇଛି ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ। ନୂଆଁଖାଇ ଦିନ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କୁ ନବାନ୍ନ ଲାଗି ପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥାନ୍ତି। ସମସ୍ତେ ନୂଆ ବସ୍ତ୍ର ପିନ୍ଧି ଏହି ନୂଆଁଖାଇ ପର୍ବରେ ଢେର ଉପଭୋଗ କରିଥାନ୍ତି। ଏନେଇ ବିଧାୟକ ଦେବେସ ଆଚାର୍ଯ୍ୟ କହିଛନ୍ତି, "ଏଭଳି ଉତ୍ସବରେ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଛି କଳା ସମ୍ବିଧାନ ସୁରକ୍ଷା ମଞ୍ଚ। ଗରିବଙ୍କୁ ନୂଆ ସରଞ୍ଜାମ ଯୋଗାଇଦେଇ ଏହି ସଂଘର ସଦସ୍ୟମାନେ ନିଆରା ପଦକ୍ଷେପ ନେଇଛନ୍ତି।"


ସମ୍ବିଧାନ ସୁରକ୍ଷା ମଞ୍ଚର ସଦସ୍ୟମାନେ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ କରି ପାଖାପାଖି 100ଟି ଗରିବ ପରିବାରଙ୍କୁ 8 ଦିନର ଚାଉଳଠୁ ଆରମ୍ଭ କରି ପନିପରିବା ଓ ନୂଆଁଖାଇ ପାଇଁ ଖାଦ୍ୟ ସାମଗ୍ରୀ ସହ ମହିଳାଙ୍କ ପିନ୍ଧିବା ପାଇଁ ନୂଆ ଶାଢ଼ୀ ଓ ପୁରୁଷଙ୍କ ପାଇଁ ନୂଆ ବସ୍ତ୍ର ପ୍ରଦାନ କରିଛନ୍ତି । ଦୁର୍ଦ୍ଦିନରେ ଥିବା ଅନେକ ଅସହାୟ ମା',ବାପାଙ୍କ ଆଖିର ଲୁହ ପୋଛି ସେମାନଙ୍କ ମୁହଁରେ ହସ ଫୁଟାଇବାରେ ସଫଳ ହୋଇଛନ୍ତି ଏହି ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ।

ଏହା ବି ପଢନ୍ତୁ...ଆସୁଛି ନୂଆଖାଇ, ଧୁମଧାମରେ ପାଳନ ନେଇ ପ୍ରସ୍ତୁତି ଜୋରଦାର

ପରିଣତ ବୟସରେ ଅବହେଳିତ ହୋଇଥିବା ତଥା ପୁଅ ବୋହୂଙ୍କ ସ୍ନେହ ଆଦରରୁ ବଞ୍ଚିତ ହୋଇ ଏକାକୀ ରହୁଥିବା ଲୋକଙ୍କୁ ସମାଜସେବୀମାନେ ସହାୟତା କରିଛନ୍ତି । ସେମାନଙ୍କ ପାଦ ଧୋଇବାଠୁ ଆରମ୍ଭ କରି ନୂଆଁ ବସ୍ତ୍ର ପ୍ରଦାନ ଓ ନୂଆଁଖାଇରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ପ୍ରଦାନ କରି ଶତାଧିକ ଅସହାୟଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି ସମ୍ବିଧାନ ସୁରକ୍ଷାମଞ୍ଚର ସଦସ୍ୟ । ଅବହେଳିତ ତଥା ଅସହାୟଙ୍କ ପାଇଁ ଥିବା ଶ୍ରଦ୍ଧା, ସ୍ନେହ ଓ ଭକ୍ତିର ଭାବନା ପାଇଁ ଏହି ସମାଜସେବୀମାନଙ୍କୁ ବିଭିନ୍ନ ମହଲରୁ ଛୁଟିଛି ପ୍ରଶଂସାର ସୁଅ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details