ଓଡିଶା

odisha

ETV Bharat / state

ଅନ୍ତିମ ସତ୍କାର ପାଇଁ ମିଳିଲାନି କାଠ, ବନବିଭାଗ ଅଫିସ ସମ୍ମୁଖରେ ମୃତଦେହ ରଖି ଧାରଣା

ମୃତଦେହ ସତ୍କାର ପାଇଁ ମିଳିଲାନି କାଠ । ବରଗଡ ବନବିଭାଗ ଅଫିସ ସମ୍ମୁଖରେ ଆନ୍ଦୋଳନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର । ଅଧିକ ପଢନ୍ତୁ

By

Published : Nov 20, 2021, 7:41 AM IST

ମୃତଦେହ ସତ୍କାର ପାଇଁ ମିଳିଲାନି କାଠ,  ବନ ବିଭାଗ ଅଫିସ ସମ୍ମୁଖରେ  ଆନ୍ଦୋଳନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ
ମୃତଦେହ ସତ୍କାର ପାଇଁ ମିଳିଲାନି କାଠ, ବନ ବିଭାଗ ଅଫିସ ସମ୍ମୁଖରେ ଆନ୍ଦୋଳନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ

ବରଗଡ: ମୃତଦେହ ଦାହ କରିବାରୁ କାଠର ଅଭାବ ହେବାରୁ ଜିଲ୍ଲା ବନଖଣ୍ଡ ଅଫିସ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ । ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ଏହି ଆନ୍ଦୋଳନ କରିଛି । ତେବେ ଜିଲ୍ଲାରେ ଏହି ସମସ୍ୟା ଆଜିର ନୁହେଁ ବରଂ ଦୀର୍ଘ ବର୍ଷେ ହେବ ଏହି ସମସ୍ୟା ଉପୁଜିଛି । ଫଳରେ ମୃତଦେହ ଦାହ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

ଅନ୍ତିମ ସତ୍କାର ପାଇଁ ମିଳିଲାନି କାଠ, ବନବିଭାଗ ଅଫିସ ସମ୍ମୁଖରେ ମୃତଦେହ ରଖି ଧାରଣା

ଏ ନେଇ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କୁ ଅବଗତ କଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଗତକାଲି ଜଣେ ଅଜଣା ଲୋକଙ୍କ ମୃତଦେହ ସତ୍କାର କରିବାକୁ ପୋଲିସ ବିଭାଗ ନିଷ୍ଠା ପରିବାରକୁ ଅନୁରୋଧ କରିଥିଲା । ହେଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ସଦସ୍ୟମାନେ ଏଥି ପାଇଁ କାଠ ଯୋଗାଡ କରି ପାରିନଥିଲେ । ଶେଷରେ ବାଧ୍ୟ ହୋଇ ଅଜଣା ଲୋକଙ୍କ ମୃତଦେହ ଡିଏଫ୍‌ଓ ଅଫିସରେ ରଖି ଧାରଣା ଦେଇବା ସହ ମାଗଣାରେ କାଠ ଯୋଗାଇ ଦେବା ପାଇଁ ଦାବି କରିଥିଲେ ।

ତେବେ ଦୀର୍ଘ 5 ଘଣ୍ଟାର ଆନ୍ଦୋଳନ ପରେ ବରଗଡ଼ ପୌରପରିଷଦ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ସତ୍କାର ପାଇଁ ପୌରପରିଷଦ କାଠ ଯୋଗେଇବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଯାଇ ନିଷ୍ଠା ପରିବାର ଆନ୍ଦୋଳନରୁ ଓହରିଥିଲା। ଏହି ଅନୁଷ୍ଠାନର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details