ଓଡିଶା

odisha

ETV Bharat / state

ବରଗଡ ନିର୍ମାଣଧୀନ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ପାଣ୍ଡିଆନ - VK Pandian visited covid Hospital

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହୋଇଥିବା କୋଭିଡ ଚିକିତ୍ସା କେନ୍ଦ୍ରର ପ୍ରସ୍ତୁତି ଦେଖିବା ପାଇଁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ 5 ‘ଟି’ ସଚିବ ଭିକେ ପାଣ୍ଡିଆନ ଆଜି ବରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଆହୁରି ପଢନ୍ତୁ...

VK Pandian visited covid Hospital under construction in Bargarh
ବରଗଡ ନିର୍ମାଣଧୀନ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ପାଣ୍ଡିଆନ

By

Published : Apr 18, 2020, 5:55 PM IST

ବରଗଡ: ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହୋଇଥିବା କୋଭିଡ ହସ୍ପିଟାଲର ପ୍ରସ୍ତୁତି ଦେଖିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ 5 ‘ଟି’ ସଚିବ ଭିକେ ପାଣ୍ଡିଆନ ଆଜି ବରଗଡ ଜିଲ୍ଲାକୁ ଗସ୍ତ କରିଥିଲେ ।

ବରଗଡରେ ନିର୍ମାଣ ହେଉଥବା କୋଭିଡ ହସ୍ପିଟାଲର ପରିଦର୍ଶନ କଲେ ଭି କେ ପାଣ୍ଡିଆନ

ପୂର୍ବାହ୍ନ 11 ଟା ସମୟରେ ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କରି ସାରିବା ପରେ ବରଗଡରେ ଆସି ପହଞ୍ଚିଥିଲେ । ଜିଲ୍ଲାରେ ଦୁଇଟି ସମୁଦାୟ ୨୦୦ ବେଡ଼ ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କାମ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ପରିଦର୍ଶନ ପାଇଁ ଉଭୟେ ବରଗଡକୁ ଆସି ପହଞ୍ଚିଥିଲେ ।

ବରଗଡରେ ନିର୍ମାଣ ହେଉଥବା କୋଭିଡ ହସ୍ପିଟାଲର ପରିଦର୍ଶନ କଲେ ଭି କେ ପାଣ୍ଡିଆନ

ବରଗଡର ଏହି କୋଭିଡ଼ ଚିକିତ୍ସା କେନ୍ଦ୍ର ମୋଟ 200 ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ସରକାରୀ ବହୁ ବୃତ୍ତି ବୈଷୟିକ ଶିକ୍ଷା କେନ୍ଦ୍ରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଏବଂ ଜନନୀ ଓ ଶିଶୁ ଚିକିତ୍ସାଳୟ ଠାରେ ସଜ୍ଜିତ ୧୦୦ ଟି ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ନିର୍ମିତ ହୋଇଛି ।

ଏହି କୋଭିଡ କେୟାର ହସ୍ପିଟାଲ ବରଗଡର ବିକାଶ ମଲ୍ଟି ହସ୍ପିଟାଲ ଦ୍ଵାରା ପରିଚାଳିତ ହେବାପାଇଁ ନିଷ୍ପତି ନିଆଯାଇଥିବା ବେଳେ ଏହାର ନିର୍ମାଣ ପାଇଁ ଭାରତୀୟ ତୈଳ ନିଗମ ଅନୁଦାନ ଯୋଗାଇ ଦେଇଥିବା ସୂଚନା ମିଳିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଷ୍ଟାଫମାନେ ମଧ୍ୟ କୋଭିଡ ଚିକିତ୍ସାଳୟ ପରିଚାଳନାର କାର୍ଯ୍ୟରେ ସହଯୋଗ କରିବେ । ତେବେ ଉଚ୍ଚ ସ୍ତରୀୟ ଏହି ପରିଦର୍ଶନରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details