ବରଗଡ: ଆକ୍ରମଣକାରୀକୁ ଗିରଫ ଦାବିରେ ବରଗଡ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ଦେଶଭଟଲି ଗ୍ରାମରେ ରଞ୍ଜିତ ସେନ ନାମକ ଯୁବକ ଜଣେ ମହିଳାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା । ଉକ୍ତ ଘଟଣାକୁ ନେଇ ଗ୍ରାମବାସୀ ଭେଡେନ ଥାନାରେ ଏତଲା ଦେଇଥିଲେ । ତେବେ କୌଣସି ଫଳପ୍ରଦ ନହେବାରୁ ବରଗଡ଼ ଏସପିଙ୍କ ନିକଟରେ ଆକ୍ରମଣକାରୀ ରଞ୍ଜିତ ସେନଙ୍କୁ ଗିରଫ ଦାବିରେ ଦେଶଭଟଲି ଗ୍ରାମର ଶତାଧିକ ମହିଳା ଦାବି କରିବାକୁ ଆସିଥିଲେ ।
ଆକ୍ରମଣକାରୀକୁ ଗିରଫ ଦାବିରେ ଏକଜୁଟ ହେଲେ ଗ୍ରାମବାସୀ - ଆକ୍ରମଣକାରୀକୁ ଗିରଫ ଦାବି
ଆକ୍ରମଣକାରୀକୁ ଗିରଫ ଦାବିରେ ବରଗଡ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ଦେଶଭଟଲି ଗ୍ରାମରେ ରଞ୍ଜିତ ସେନ ନାମକ ଯୁବକ ଜଣେ ମହିଳାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା । ଅଧିକ ପଢନ୍ତୁ...
ମହିଳାଙ୍କୁ ଆକ୍ରମଣ ଘଟଣା, ଆକ୍ରମଣକାରୀକୁ ଗିରଫ ଦାବିରେ ଏକଜୁଟ ହେଲେ ଗ୍ରାମବାସୀ
ମହିଳାଙ୍କୁ ଆକ୍ରମଣ ଘଟଣା, ଆକ୍ରମଣକାରୀକୁ ଗିରଫ ଦାବିରେ ଏକଜୁଟ ହେଲେ ଗ୍ରାମବାସୀ
ଏହି ଘଟଣାରେ ସମଗ୍ର ଗ୍ରାମବାସୀ ଗୋଟେ ପଟେ ଥିବାବେଳେ ଅନ୍ୟପକ୍ଷେ ଆକ୍ରମଣକାରୀ ରଞ୍ଜିତ ସେନ ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି । ତେବେ ରଞ୍ଜିତ ସେନ ଗ୍ରାମରେ ଗଣ୍ଡଗୋଳ କରି ହତ୍ୟାଧମକ ଦେଇ ଗ୍ରାମବାସୀଙ୍କୁ ଭୟଭୀତ କରାଉଥିବା ବେଳେ ଗ୍ରାମବାସୀ ଆକ୍ରମଣକାରୀ ରଞ୍ଜିତ ସେନକୁ ଗିରଫ କରାଯାଉ ବୋଲି ଏସପିଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପଟେ ପୋଲିସ ପ୍ରକୃତ ଘଟଣାର ତଦନ୍ତ କରାଯାଉଛି ଏବଂ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ଗ୍ରାମବାସୀଙ୍କୁ ଆଶ୍ବସନା ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ