ବରଗଡ: ଜନ ବସତିରେ ମଦ ଦୋକାନକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ବରଗଡ ଜିଲ୍ଲା ପଦ୍ମପୁରର ୨ ନମ୍ବର ଓ୍ବାର୍ଡର ଶାନ୍ତି ନଗରରେ ଥିବା ବିଦେଶୀ ମଦ ଦୋକାନ ନେଇ ତେଜୁଛି ଜନ ଆନ୍ଦୋଳନ । ଏନେଇ ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବାସିନ୍ଦା ପଦ୍ମପୁର ଅବକାରୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି | କୌଣସି ଜନବସତି ଭିତରେ ତଥା ବିଦ୍ୟାଳୟ ଓ ଧାର୍ମିକ ସ୍ଥଳ ନିକଟରେ ମଦ ଦୋକାନ ରହିବାର ନିୟମ ନଥିବା ବେଳେ ଶାନ୍ତିନଗର ଭିତରେ ମଦ ଦୋକାନକୁ ଖୁବଶୀଘ୍ର ହଟାଯିବା ପାଇଁ ଲୋକେ ଦାବି କରିଛନ୍ତି |
ଜନବସତିରେ ଥିବା ମଦ ଦୋକାନ ହଟାଇବାକୁ ଦାବି
ଜନବସତି ଭିତରେ ଥିବା ମଦ ଦୋକାନ ହଟାଇବାକୁ ଦାବି । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବାସିନ୍ଦା ପଦ୍ମପୁର ଅବକାରୀ ଅଧିକାରୀଙ୍କୁ ଏକ ଦାବି ପତ୍ର କଲେ ପ୍ରଦାନ । ଅଧିକ ପଢନ୍ତୁ...
ଜନବସତି ଭିତରେ ଥିବା ମଦ ଦୋକାନ ହଟାଇବାକୁ ଦାବି
ମଦ ଦୋକାନ ସମ୍ମୁଖରେ ଅସାମାଜିକ ଲୋକଙ୍କ ଭିଡ ଜମୁ ଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରୀମାନେ ସୁରକ୍ଷିତ ମନେ କରୁ ନ ଥିବା ଅଭିଯୋଗ ହୋଇଛି । ଯଦି ସ୍ଥାନୀୟ ଅଞ୍ଚଳରୁ ମଦ ଦୋକାନକୁ ହଟା ନ ଯାଏ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ