ଓଡିଶା

odisha

ETV Bharat / state

ଅଙ୍ଗନବାଡି କର୍ମୀଙ୍କ ନାମରେ କାର୍ଯ୍ୟ ଅବହେଳା ଅଭିଯୋଗ - ବରଗଡ ଅଙ୍ଗନବାଡି କର୍ମୀ ନ୍ୟୁଜ୍‌

ଅଙ୍ଗନବାଡି କର୍ମୀ କାମରେ ଅବହେଳା କରିବା ସହ ଗର୍ଭବତୀ ମହିଳାଙ୍କୁ ମାଡ ମାରିଥିବା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ଅଙ୍ଗନବାଡି କର୍ମୀ ବଦଳି ଦାବିରେ ଗ୍ରାମବାସୀ

By

Published : Nov 12, 2019, 11:48 PM IST

Updated : Nov 13, 2019, 7:17 AM IST

ବରଗଡ: ବରଗଡ ବ୍ଲକ ଗ୍ରାମାଞ୍ଚଳ ଆଇସିଡିଏସ ଅଧୀନରେ ଦୀର୍ଘ 12 ବର୍ଷ ହେବ ଗଞ୍ଝିଆଟିକ୍ରା ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବରେ କାମ କରୁଥିବା ବ୍ରଜେଶ୍ବରୀ ପଧାନଙ୍କ ନାମରେ ଗ୍ରାମବାସୀଙ୍କ ସଙ୍ଗୀନ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସମ୍ପୃକ୍ତ ଅଙ୍ଗନବାଡି କର୍ମୀ କାମରେ ଅବହେଳା କରିବା ସହ ଗର୍ଭବତୀ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏଥିସହ ବ୍ରଜେଶ୍ବରୀଙ୍କ ସ୍ଥାନରେ ଅନ୍ୟ ଜଣେ ନୂତନ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି ଗ୍ରାମବାସୀ।

ଅଙ୍ଗନବାଡି କର୍ମୀ ବଦଳି ଦାବିରେ ଗ୍ରାମବାସୀ

ସରସରା ସେକ୍ଟର ଗଞ୍ଝିଆଟିକ୍ରାର ଅଙ୍ଗନବାଡି କର୍ମୀ ବ୍ରଜେଶ୍ବରୀ ପଧାନଙ୍କ ନାମରେ ଜଣେ ଗର୍ଭବତୀ ମହିଳାଙ୍କୁ ମାଡ ମାରିବା ଅଭିଯୋଗ ଆସିଥିଲା । ତାଙ୍କ ନାମରେ ଥାନାରେ ଏତଲା ମଧ୍ୟ ହୋଇଥିଲା । ତେବେ ଏହି ଘଟଣା ପରେ ଗ୍ରାମବାସୀ ଅଙ୍ଗନବାଡି କର୍ମୀଙ୍କୁ ବଦଳି କରି ଅନ୍ୟ ଜଣେ କର୍ମୀଙ୍କୁ ସେଠାରେ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି। ଅଙ୍ଗନବାଡି କର୍ମୀ ନିଜ କାମରେ ଅବହେଳା କରୁଥିବା ଅଭିଯୋଗ ଗ୍ରାମବାସୀ ଆଣିଥିବା ବେଳେ ଅଙ୍ଗନବାଡି କର୍ମୀଙ୍କ ଦରମା ସିଡିପିଓ ବନ୍ଦ କରିଦେଇଥିବା ଜଣାପଡିଛି । ଅନ୍ୟପଟେ ଅଙ୍ଗନବାଡି କର୍ମୀ ମଧ୍ୟ କିଛି ଦିନ ତଳେ ସୁପରଭାଇଜର ସୁବର୍ଣ୍ଣପ୍ରଭା ନାଏକଙ୍କ ବିରୋଧରେ ପିସି ମାଗିଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Nov 13, 2019, 7:17 AM IST

ABOUT THE AUTHOR

...view details