ଓଡିଶା

odisha

ETV Bharat / state

ପିଡିଏସ ଘୋଟାଲା ନେଇ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ - bargarh latest news

ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ କଳାବଜାରୀ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପିଡ଼ିଏସ ବଣ୍ଟନ କରୁଥିବା ସଂସ୍ଥା ପ୍ରକୃତ ହିତାଧିକାରୀଙ୍କୁ ଯୋଗାଇ ନଦେଇ ଏହାର ବାଟମାରଣା କରୁଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ପିଡିଏସ ଘୋଟାଲା ନେଇ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
ପିଡିଏସ ଘୋଟାଲା ନେଇ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

By

Published : Jul 9, 2020, 5:41 PM IST

ବରଗଡ: ପିଡିଏସ ଘୋଟାଲା ନେଇ ଜିଲ୍ଳାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ । ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ କଳାବଜାରୀ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

ପିଡିଏସ ଘୋଟାଲା ନେଇ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ପଞ୍ଚାୟତରେ ପିଡ଼ିଏସ କିରାସିନି ତେଲ ଘୋଟାଲା କରାଯାଉଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି ବହୁ ଗ୍ରାମବାସୀ । ଦୀର୍ଘ ମାସରୁ ଚାଲିଆସିଥିବା ଏହି ଘୋଟାଲା ବିରୋଧରେ ସ୍ଥାନୀୟ ବିଡ଼ିଓ ଏବଂ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଶ୍ବବ୍ୟାପି ମହାମାରୀ ସମୟରେ ଲୋକେ ଖାଇବାକୁ ପାଉନଥିବା ସମୟରର ସରକାର ଗରିବଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ପିଡ଼ିଏସ ସାମଗ୍ରୀ ଯୋଗାଇଦେଉଛନ୍ତି ।।

ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ପଞ୍ଚାୟତରେ ପିଡ଼ିଏସ ବଣ୍ଟନ କରୁଥିବା ସଂସ୍ଥା ପ୍ରକୃତ ହିତାଧିକାରୀଙ୍କୁ ଯୋଗାଇ ନଦେଇ ଏହାର ବାଟମାରଣା କରୁଥିବା ଅଭିଯୋଗ କରିଛନ୍ତି । ଏହା ଦ୍ବାରା ବହୁ ଗରିବ ସରକାରଙ୍କ ସହଯୋଗରୁ ବଞ୍ଚିତ ହେଉଛନ୍ତି । ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ଏହାର ଏକ ଜ୍ବଳନ୍ତ ଉଦାହରଣ । ଏଠାକାର ଲୋକେ ଦୀର୍ଘ ଦିନରୁ ପିଡ଼ିଏସ କିରାସିନି ତେଲ ପାଇବାରୁ ବଞ୍ଚିତ ହେଉଥିଲେ ଏପରିକି ଲକଡାଉନ ସମୟରେ ମଧ୍ୟ ସମସ୍ତଙ୍କୁ ନିୟମ ମୁତାବକ ତେଲ ନଦେଇ ଅଳ୍ପ ମାତ୍ରାରେ ତେଲ ବଣ୍ଟନ କରାଯାଇଛି ଏବଂ ବଳକା କିରୋସିନ ତେଲ ସବୁ କଳାବଜାରୀ କରାଯାଇଛି । ଯାହାର ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details