ବରଗଡ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେହେରାପାଳି ଗ୍ରାମର ପଞ୍ଚାଯତ ଅଫିସର ଅନିଲ କୁମାର ପାଢିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉରେ 70 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଥିବାର ଆକଳନ କରାଯାଇଛି । ବରଗଡ ଜିଲ୍ଲା ସୋହେଳା ସ୍ଥିତ ବେହେରାପାଳି ଗ୍ରାମପଞ୍ଚାୟତର PEOଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କର 3 ଗୋଟି ଘରେ ଓ ଅଫିସରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି ।
ତେବେ ବରଗଡ ଡାଙ୍ଗସ୍ଥିତ ତାଙ୍କ ବାସଭବନ, ବିଜେପୁର ବ୍ଲକ ଲାଉମୁଣ୍ଡା ସ୍ଥିତ ପୈତୃକ ବାସଭବନ ଏବଂ ବେହେରାପାଳି ସ୍ଥିତ ଅସ୍ଥାୟୀ ବାସଭବନ ଓ ପଞ୍ଚାଯତ ଅଫିସରେ ଭିଜିଲାନ୍ସ ବିଭାଗର 3 ଗୋଟି ଟିମ ଏକକାଳୀନ ଚଢାଉ କରିଥିଲେ ।