ଓଡିଶା

odisha

By

Published : Nov 16, 2019, 1:32 PM IST

ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବରଗଡ ଉଠା ଜଳପ୍ରକଳ୍ପ ବିଭାଗର କର୍ମଚାରୀଙ୍କ ଘରେ ରେଡ ହୋଇଛି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଉଠା ଜଳପ୍ରକଳ୍ପ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଯନ୍ତ୍ରୀ ବୈକୁଣ୍ଠ ନାଥ ରାଉତଙ୍କ ଘରେ ଯାଞ୍ଚ କରୁଛି ବିଭାଗ । ଭୁବନେଶ୍ବର ସ୍ଥିତ ଘର ସହିତ 5ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର ସ୍ଥିତ ବାସଭବନ ସହିତ ପୈତୃକ ଘର ବାରିପଦା, ଶଶ୍ବର ଘର ଓ ବରଗଡ ଗଙ୍ଗାଧର ନଗରପଡା ସ୍ଥିତ ଭଡା ଘର ସହିତ ବରଗଡ ଉଠା ଜଳ ପ୍ରକଳ୍ପ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରୁଛି ବିଭାଗ । ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଇନସ୍ପେକ୍ଟର ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ବରେ ବରଗଡର 2ଟି ସ୍ଥାନରେ ଚଢାଉ ଚାଲିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details