ବରଗଡ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ବିଭାଗର PEO । ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଞ୍ଚାୟତ ପିଇଓଙ୍କ ଘରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ସୋମବାର ସକାଳୁ ବରଗଡ ଭିଜିଲାନ୍ସ ଟିମର ଚଢାଉ।
ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ, PEOଙ୍କ ଘରେ ଭିଜିଲାନ୍ସ ରେଡ
ପୁଣି ବରଗଡ ଜିଲ୍ଲାରେ ଜମେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ । ବର୍ତ୍ତମାନ ସୁଦ୍ଧା ପିଇଓଙ୍କ ଘର ସହ ମୋଟ 2ଟି ଜାଗାରେ ଚଢାଉ କରାଯାଇଥିବା ସୁଚନା ରହିଛି । ଅଧିକ ପଢନ୍ତୁ...
ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପଞ୍ଚାୟତ ବିଭାଗର PEOଙ୍କ ଘରେ ଭିଜିଲାନ୍ସ ରେଡ
ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ବ ବାସଭବନ ସହିତ ତାଲପଲି ଥିବା କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ । ପିଇଓ ପାଣ୍ଡବଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଚଢାଉ କରିବା ସହ ବର୍ତ୍ତମାନ କାଗଜ ପତ୍ର ଏବଂ ଘର, ଜମି ବାଡି ଭେଲ୍ୟୁଏସନ ଜାରି ରହିଥିବାର ସୁଚନା ଦେଇଛନ୍ତି ବରଗଡ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନ। ପିଇଓଙ୍କ ଘର ସହ ମୋଟ 2ଟି ଜାଗାରେ ଚଢାଉ କରାଯାଇଥିବା ସୁଚନା ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ