ଓଡିଶା

odisha

ETV Bharat / state

ଦୁର୍ନୀତି ନିବାରଣ ପାଇଁ ଶପଥ ନେଲେ ସରକାରୀ କର୍ମଚାରୀ - ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ଶପଥ ନେଲେ ସମସ୍ତ ବିଭାଗର କର୍ମଚାରୀ

ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ଲୋକଙ୍କୁ ସେଚତନ କରାଯାଉଛି । ଏଥିପାଇଁ ପାଳନ ଚାଲିଛି ଭିଜିଲାନ୍ସ ଦିବସ । ବରଗଡରେ ମଧ୍ୟ ଲୋକଙ୍କୁ ସ୍କୁଲ ଛାତ୍ରଛାତ୍ରୀ ସମେତ ଲୋକଙ୍କୁ ସଚେତନ କରାଯାଇଛି । ଆଗକୁ ପଢନ୍ତୁ...

ଫଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Nov 1, 2019, 4:08 AM IST

ବରଗଡ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗୁରୁବାର ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ବରିଷ୍ଠ ଓକିଲ ଶଙ୍କର୍ଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର କୁମାର ନାୟକଙ୍କ ସହିତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ଦୁର୍ନୀତି ନିବାରଣ ପାଇଁ ଆଗାମୀ ପିଢୀ ତଥା ଦେଶର ଆଗାମୀ ଭବିଷ୍ୟତକୁ ଯେପରି ସଚେତନତା କରାଯାଇପାରିବ ସେନେଇ ପଦକ୍ଷେପ ନିଆଯାଇଥିଲା ଏବଂ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଏବଂ ଉପସ୍ଥିତ ଲୋକେ ଏକା ସଙ୍ଗେ ଶପଥ ଗ୍ରହଣ କରିଥିଲେ ।

ସମାଜକୁ କିପରି ଦୁର୍ନୀତି ମୁକ୍ତ କରାଯାଇପାରିବ ସେନେଇ ସମସ୍ତେ ନିଜ ନିଜର ମତ ପ୍ରଦାନ କରିଥିଲେ । ଦୁର୍ନୀତି ନିବାରଣକୁ ନେଇ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବକୃତା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details