ବରଗଡ:ଭିଜିଲାନ୍ସ ଜାଲରେ ଆମ୍ବାଭୋନା ରାଜସ୍ୱ ଅଧିକାରୀ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଳରାମ କଲାରୀଙ୍କୁ ଧରିଲା ଭିଜିଲାନ୍ସ । ଆଜି(ଶୁକ୍ରବାର) ବଳରାମଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ ।
ଲାଞ୍ଚନେଇ ଗିରଫ ହେଲେ ଆମ୍ବାଭୋନା ରାଜସ୍ୱ ଅଧିକାରୀ - ଭିଜିଲାନ୍ସ ଜାଲରେ ଆମ୍ବାଭୋନା ରାଜସ୍ୱ ଅଧିକାରୀ
ଭିଜିଲାନ୍ସ ଜାଲରେ ଆମ୍ବାଭୋନା ରାଜସ୍ୱ ଅଧିକାରୀ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଳରାମ କଲାରୀଙ୍କୁ ଗିରଫ କଲା ଭିଜିଲାନ୍ସ ।
ଲାଞ୍ଚନେଇ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଆମ୍ବାଭୋନା ରାଜସ୍ୱ ଅଧିକାରୀ
ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଆମ୍ବାଭୋନା ତହସିଲ ଅଫିସରେ ସିନିୟର ରାଜସ୍ୱ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ବଳରାମ କଲାରୀ । ତେବେ ଜମିବାଡି ମ୍ୟୁଟେସନ ବାବଦକୁ ଡୁଙ୍ଗୁରିର ନିତେଶ କୁମାର ପ୍ରଧାନଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅତର୍କିତ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ବଳରାମ କଲାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ଗିରଫ କରିଛି ।
ଇଟିଭି ଭାରତ, ବରଗଡ