ଓଡିଶା

odisha

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ, ମୁଖ୍ୟମନ୍ତ୍ରୀଙ୍କ ଶୋକ

By

Published : Oct 3, 2022, 6:55 AM IST

Updated : Oct 3, 2022, 10:50 AM IST

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ
ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ

ବରଗଡ/ଭୁବନେଶ୍ବର:ଆଉ ନାହାନ୍ତି ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ଦେଢ ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିଲା । ବାରମ୍ବାର ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବାରୁ ସେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ଅସୁସ୍ଥତା କାରଣରୁ ଆଗପରି ଆଉ ସେ ଲୋକ ସମ୍ପର୍କରେ ଆସୁନଥିଲେ l ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ, ମୁ୍ଖ୍ୟମନ୍ତ୍ରୀଙ୍କ ଶୋକ

5 ଥର ହୋଇଛନ୍ତି ବିଧାୟକ

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ

ସେ ପ୍ରଥମ ଥର ପାଇଁ 1990 ମସିହାରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ 1995 ରୁ 2000, 2009 ଏବଂ 2019 ମସିହାରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ । ପରେ ୨୦୧୯ ନିର୍ବାଚନରେ ନିର୍ବାଚନରେ ଜିତି ଏଯାଏଁ ବିଜୁ ଜନତା ଦଳର ବିଧାୟକ ଥିଲେ ବିଜୟ ରଞ୍ଜନ । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ 5 ଥର ବିଧାୟକ ହୋଇଥିଲେ । ସେ ଓଡିଶା ସରକାରରେ ଆଦୀବାସୀ ଓ ହରିଜନ କଲ୍ୟାଣ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ତାଙ୍କ ଅନ୍ତେ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ସେ ଛାଡିଯାଇଛନ୍ତି ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି । ସେଠା ତାଙ୍କୁ ଗାଡ ଅଫ ଅନର ଦିଆଯିବା ସହ ଦଳୀୟ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ବିଜୟ ସିଂଙ୍କୁ ତାଙ୍କ ଜନ୍ମମାଟି ପଦ୍ମପୁରରୁ ନିଆଯିବ ବୋଲି ସୂଚନା ମିଳିଛି ।

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଧାୟକ ବିଜୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ।''

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଶୋକ ପ୍ରକାଶ କରି କହିଛନ୍ତି, '' ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସାମାଜିକ ଓ ରାଜନୈତିକ ଜୀବନରେ ସେ କରିଥିବା ଉଲ୍ଳେଖନୀୟ କାର୍ଯ୍ୟ ଗୁଡ଼ିକ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ।''

ଏହା ବି ପଢନ୍ତୁ...ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ବଢିଲା ସୁରକ୍ଷା

ଭୁବନେଶ୍ବର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ

କିଛିଦିନ ତଳେ ଅସୁସ୍ଥତା କାରଣରୁ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଭୁବନେଶ୍ୱର ଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବରିହା ଜଣେ ସ୍ପଷ୍ଟବାଦୀ ଜନପ୍ରତିନିଧି ଥିଲେ । ସେ ଜଣେ ପରୋପକାରୀ ମଣିଷ ମଧ୍ୟ ଥିଲେ । ସବୁବେଳେ ଲୋକଙ୍କ ପାଇଁ କାମ କରି ଆସୁଥିଲେ । ପଦ୍ମପୁର ଅଞ୍ଚଳ ତଥା ଅଞ୍ଚଳର ଜନସାଧାରଣଙ୍କର କିପରି ଉନ୍ନତି ହେବ ସେଥିପାଇଁ ସେ ସବୁବେଳେ ଚେଷ୍ଟିତ ଥିଲେ । ତାଙ୍କ ବିୟୋଗ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଛାତ୍ର ଜୀବନରୁ ରାଜନୀତିରେ ଏଣ୍ଟ୍ରି

ବିଜୟ ରଞ୍ଜନ ବରିହା ଛାତ୍ର ଜୀବନରୁ ତାଙ୍କର ରାଜନୀତି ଆରମ୍ଭ କରିଥିଲେ । ସେହି ଅଞ୍ଚଳର ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଦୁଇ ଦୁଇ ଥର ଛାତ୍ରନେତା ଭାବେ ନିର୍ବାଚିତ ହୋଇଥିଲେ । ପଶ୍ଚିମ ଓଡିଶାରେ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ ବିଜୟ ।

ଇଟିଭି ଭାରତ, ବରଗଡ ଓ ଭୁବନେଶ୍ବର

Last Updated : Oct 3, 2022, 10:50 AM IST

ABOUT THE AUTHOR

...view details