ଓଡିଶା

odisha

ETV Bharat / state

ବରଗଡରେ ବୀରତା ଦିବସ ପାଳିତ - veerta divas celebrated

ରାଜ୍ୟରେ ପାଳିତ ହୋଇଛି ବୀରତା ଦିବସ । ଏ ଅବସରରେ ବରଗଡ କୋଶଳ  ସେନା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବୀର ଛକ ଠାରେ ଏହାର ପାଳନ କରାଯାଇଛି।

_veerta divas celebrated in bargarh
ବରଗଡରେ ପାଳିତ ହେଲା ବିରତା ଦିବସ

By

Published : Dec 31, 2019, 10:11 PM IST

ବରଗଡ: ରାଜ୍ୟରେ ପାଳିତ ହୋଇଛି ବିରତା ଦିବସ। ଓଡିଶାର ଘେଁସ ଜମିଦାର ପରିବାରର 5ଜଣ ବୀର ପୁତ୍ର ଦେଶ ପାଇଁ ନିଜକୁ ସହିଦ କରିଥିବାରୁ ପ୍ରତିବର୍ଷ ଡିସେମ୍ବର 31 ତାରିଖକୁ ବୀରତା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ବରଗଡ କୋଶଳ ସେନା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବୀର ଛକ ଠାରେ ଏହାର ପାଳନ କରାଯାଇଛି।

ବରଗଡ କୋଶଳ ସଙ୍ଗଠନ ପକ୍ଷରୁ ଆଜି ମାଁ ସମଲେଶ୍ବରୀ ଦେବୀ ମନ୍ଦିର ଠାରୁ ପୂଜାର୍ଚ୍ଚନା କରାଯାଇ ଏକ ମଶାଲ ରାଲି କରାଯାଇଥିଲା। ଏହି ମଶାଲ ଯାତ୍ରା ସ୍ଥାନୀୟ ଗାନ୍ଧି ଛକ ଠାରେ ପହଞ୍ଚି ମହାତ୍ମା ଗାନ୍ଧୀ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ହଲଦୀପାଲି ଛକ ଠାରେ ଘେଁସ ଜମିଦାରଙ୍କ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ବୀର ଛକରେ ପହଞ୍ଚିଥିଲା।

ବରଗଡରେ ପାଳିତ ହେଲା ବିରତା ଦିବସ

ସେଠାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସପି ପଦ୍ମିନୀ ସାହୁ ପହଞ୍ଚି ବୀର ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରିଥିଲେ। ଘେଁସ ଜମିଦାରଙ୍କ ସହିଦ ପରିବାର କିପରି ଇଂରେଜ ସରକାରଙ୍କ ସହିତ ସଂଗ୍ରାମ କରି ନିଜ ଜୀବନର ବଳିଦାନ ଦେଇଥିଲେ ସେହି ବିଷୟରେ ଆଲୋକପାତ କରାଯାଇଥିଲା। ଏହି ବୀର ପୁରୁଷଙ୍କ ବୀର ଗାଥା ପାଠ୍ୟ ପୁସ୍ତକରେ ଲିପିବଦ୍ଧ ହେବା ଉଚିତ ବୋଲି ବହୁ ବୁଦ୍ଧିଜୀବି ମନ୍ତବ୍ୟ ରଖିଥିଲେ।



ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details