ବରଗଡ: ବିଜ୍ଞାନ ଯୁଗରେ ଏବେବି ଲୋକଙ୍କ ଇଶ୍ବର ଭକ୍ତି ଓ ବିଶ୍ଵାସ ଅତୁଟ ରହିଛି। ଲୋକେ ଆଜିବି ବଞ୍ଚାଇ ରଖିଛନ୍ତି ବହୁ ଦିନର ପୂରାତନ ପରମ୍ପରା। ତେବେ ବରଗଡରେ ଲୋକେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଶୀତଳଯାତ୍ରା ସମୟରେ ପାରମ୍ପରିକ ରୀତିନୀତିରେ ପୂଜା କରିଥାନ୍ତି।
ସୂଚନା ଅନୁଯାୟୀ, ବହୁ ବର୍ଷ ପୂର୍ବରୁ ଗ୍ରୀଷ୍ମ ଉତ୍ତାପରୁ ଜୀବଜଗତକୁ ରକ୍ଷା କରିବା ତଥା ଧରାପୃଷ୍ଠକୁ ଶୀତଳୀକରଣ କରିବା ପାଇଁ ବରଗଡରେ ମାଁଙ୍କ ଶୀତଳଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତେବେ ଚୈତ୍ର ମାସର ପ୍ରତ୍ୟକ ମଙ୍ଗଳବାର ଏଠାରେ ମାଁ ସମଲେଶ୍ୱରୀଙ୍କୁ ପାରମ୍ପରିକ ରୀତିନୀତିରେ ପୁଜାର୍ଚ୍ଚନା କରାଯାଏ ।