ବରଗଡ:ମହାମାରୀ ସମୟରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଚାଷୀଙ୍କ ପାଇଁ ଆସିଥିବା ସାରକୁ ଅଧିକ ଦରରେ ବିକ୍ରି କରାଯାଉଛି । ଏପରି ଅଭିଯୋଗ ହୋଇଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଞ୍ଚଳରେ ।
କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବହୁ ଗରିବ ଓ ଅସହାୟ ଲୋକଙ୍କୁ ଆର୍ଥିକ ସାହାଯ୍ୟ ସହିତ ଖାଦ୍ୟ ବିତରଣ କରୁଥିବାବେଳେ ସରକାରୀ କଳର ବାଟମାରଣା କାରଣରୁ ସରକାରଙ୍କ ସାହାଯ୍ୟ ପ୍ରକୃତ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ ।