ଓଡିଶା

odisha

ETV Bharat / state

ସହରାଞ୍ଚଳ ଚାଷୀଙ୍କୁ ସରକାରଙ୍କ ଅଣଦେଖା

ସରକାର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ନାନା ଯୋଜନା ଆରମ୍ଭ କରିଛନ୍ତି ସତ ହେଲେ ରାଜ୍ୟ ସରକାରଙ୍କ ଅଜବ ନୀତି ଯୋଗୁଁ ସହରାଞ୍ଚଳରେ ଚାଷ କରୁଥିବା ହଜାର ହଜାର ଚାଷୀଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା । ଏଭଳି ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ ।

By

Published : Jul 10, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: କଥାରେ ଅଛି ‘ଚାଷ କାମ ଯାହାର କି ଆନନ୍ଦ ତାହାର’ । ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଚାଷକାମ କରି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡର ଚାଷୀ । ଗ୍ରାମାଞ୍ଚଳ ଚାଷୀ କଥା ଦୂରରେ ଥାଉ ସହରାଞ୍ଚଳ ଚାଷୀଙ୍କ କ୍ଷେତ୍ରରେ ସରକାର ପାତରଅନ୍ତର କରୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ପୌରପରିଷଦ ଅଞ୍ଚଳରେ ରହିଛି ହଜାର ହଜାର ଏକର ଚାଷ ଜମି । ଏହି ଜମିରେ ଚାଷୀଙ୍କ ସହ ଭାଗଚାଷୀ ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ହେଲେ ଏବେ ସେମାନେ ସରକାରଙ୍କ ପାତର ଅନ୍ତରର ଶିକାର ହୋଇଛନ୍ତି । ସରକାର କେବଳ ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ରିହାତି ମୂଲ୍ୟରେ ସାର, ବିହନ ,କୀଟନାଶକ ଯୋଗେଇ ଦେବା ସହ କୃଷି ଋଣର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଯାହାର ଲାଭ ରାଜ୍ୟର ସମସ୍ତ ଚାଷୀ ନୁହେଁ ବରଂ କେବଳ ଗ୍ରାମାଞ୍ଚଳର ଚାଷୀ ଉଠାଉଛନ୍ତି ।

ଏପରିକି ଭାଗଚାଷୀ ମାନେ ମଧ୍ୟ ଏହାର ଲାଭ ପାଇବାରେ ବଞ୍ଚିତ ହେଉଛନ୍ତି ।

ବରଗଡ଼ ପୌରପରିଷଦ ଅଞ୍ଚଳର ଚାଷୀ ମାନେ ସରକାରଙ୍କୁ ଜଳ କର ପଇଠ କରିବା ସହ ସରକାର ସେମାନଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ହେଲେ ସେମାନଙ୍କୁ କାହିଁକି ବିଭିନ୍ନ ଯୋଜନାରୁ ବଞ୍ଚିତ କରାଯାଇଛି ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

ଭଲ ରୋଜଗାର ଆଶାରେ ଗ୍ରାମାଞ୍ଚଳରୁ ଆସି ସହରାଞ୍ଚଳରେ ରହି ଚାଷବାସ କରୁଛନ୍ତି । ହେଲେ ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ସେମାନଙ୍କୁ ଚାଷକାର୍ଯ୍ୟରୁ ବିମୁଖ କରୁଛି । ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details