ଓଡିଶା

odisha

ETV Bharat / state

Padampur Bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ - ପଦ୍ମପୁର ଉପନିର୍ବାଚନ ପ୍ରଚାର

ପାଇକମାଳରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀ ସମସ୍ୟା ଦେଖାଦେଇଛି କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Padampur bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
Padampur bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Nov 30, 2022, 7:52 AM IST

ବରଗଡ: ପଦ୍ମପୁର ଉପନିର୍ବାଚନରେ(Padampur bypoll) ବିଜେପି ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଏହି ହେଭିୱେଟ ନେତା । ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଅଞ୍ଚଳରେ ରୋଡ ସୋ, ପଦଯାତ୍ରା ଓ ଜନସଭା କରିଛନ୍ତି । ଏହି ଅବସରରେ ମାଣ୍ଡୋଶିଳ ଠାରେ ଆୟୋଜିତ ଏକ ଜନସଭାରେ ଚାଷୀ ସମସ୍ୟା ଉଠାଇ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ଧର୍ମେନ୍ଦ୍ର(Dharmendra Pradhan targets Odisha govt) ।

Padampur bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ମାଣ୍ଡୋଶିଳ ଠାରେ ବିରାଟ ସଭାରେ କେନ୍ଦ୍ରମନ୍ତ୍ରୀ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2015 ମସିହାରେ ଷୋହେଲା ଠାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା 100 ଟଙ୍କା ବୋନସ ଆଜି ଯାଏଁ ଚାଷୀ ପାଇନାହାନ୍ତି । ରାଜ୍ୟ ସରକାର ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀ ସମସ୍ୟା ଦେଖାଦେଇଛି । ମାଣ୍ଡୋଶିଳ ଧାନ ମଣ୍ଡିରେ ଚାଷୀଙ୍କ ବସିବା ପାଇଁ ଚୌକି ଖଣ୍ଡେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗଙ୍ଗାଧର ମେହେର କେନାଲ ପ୍ରକଳ୍ପରେ ଏ ଯାଏଁ ମୁନ୍ଦେ ପାଣି ଜମିକୁ ମାଡିନାହିଁ ।''

ଆହୁରି ମଧ୍ୟ ସେ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହ ବିଭାଗର ମନ୍ତ୍ରୀ, ମାତ୍ର ରାଜ୍ୟରେ ଦୁଷ୍କର୍ମ ନିୟନ୍ତ୍ରଣ ହେବା ପରିବର୍ତ୍ତେ ବଢିଥିବା ବିଧାନସଭାରେ ଉତ୍ତର ଆସୁଛି ।'' ଏହାସହିତ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେଇ ଏଥର ବିଜେପିକୁ ଆଶୀର୍ବାଦ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହାମଧ୍ୟ ପଢନ୍ତୁ: ପଦ୍ମପୁର ଉପନିର୍ବାଚନ: ଆକ୍ରୋଶମୂଳକ ରାଜନୀତିକୁ ନେଇ ଚିନ୍ତାରେ ରାଜନୀତି ବିଶେଷଜ୍ଞ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର (Union Minister Dharmendra Pradhan) ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚି ପାଇକମାଳ ଅଞ୍ଚଳରେ ରୋଡ ସୋ କରିଥିବା ବେଳେ ମାନଦୋସିଲ ଠାରେ ବିରାଟ ଜଣ ସମାବେଶରେ ଯୋଗଦାନ କରିଥିଲେ । ମଙ୍ଗଳବାର ପ୍ରଥମ ଦିନରେ ପାଇକମାଲ ବ୍ଲକର ମାଣ୍ଡୋସିଲ ଠାରୁ ଆରମ୍ଭ କରି ମିଠାପାଳି, ପାଇକମାଲ , ବଇଦପାଳି, ହିରାପୁର , ନୂଆଗାଁ , ଝାରମୁଣ୍ଡା, ଭେଙ୍ଗରାଜପୁର, ମାଲଦା, ପଲସଦା, ଖଇରା, ବୀଜାଡ଼ିହି ଆଦି ଗ୍ରାମରେ ରୋଡ ସୋ କରିଥିଲେ । ମାଣ୍ଡୋଶିଳ ଠାରେ ବିରାଟ ସଭାରେ ବିଜେଡି ସରକାର ବିରୋଧରେ ବର୍ଷିଥିଲେ ।

ଏହି ପ୍ରଚାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ ଥିଲେ । ତେବେ ଆଜି ଠାରୁ 3 ତାରିଖ ମଧ୍ୟରେ ପ୍ରାୟ 30 ଗୋଟି ପଞ୍ଚାୟତରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ପ୍ରଚାର ଚଳାଇବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details