ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, କହିଲେ ରାତିରେ ବସାନ୍ତୁ କ୍ୟାବିନେଟ - ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ କରିବେ । ଏହାକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁରକୁ ଯଦି ଆସୁଛନ୍ତି ତେବେ ଏହାକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଧର୍ମେନ୍ଦ୍ରଙ୍କ ଅପିଲ, କହିଲେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରନ୍ତୁ
ମୁଖ୍ୟମନ୍ତ୍ରୀଙ୍କ ଧର୍ମେନ୍ଦ୍ରଙ୍କ ଅପିଲ, କହିଲେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରନ୍ତୁ

By

Published : Dec 1, 2022, 9:11 PM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur ByPoll)ନେଇ କମ୍ପୁଛି ଏହି ବିଧାନସଭା ମଣ୍ଡଳୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କର ପ୍ରଚାର ପ୍ରସାରକୁ ନେଇ ପଦ୍ମପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡେରା ପକାଇଛନ୍ତି (Dharmendra Pradhan on Padmapur visit of CM Naveen) । ଆଜି ୩ୟ ଦିନରେ ପହଞ୍ଚିଛି ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚାର ରାଲି ଓ ସାଧାରଣ ସଭା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସେ ଅପିଲ କରି କହିଛନ୍ତି ପଦ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ଏହାକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ଧର୍ମେନ୍ଦ୍ରଙ୍କ ଅପିଲ, କହିଲେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରନ୍ତୁ

ଧର୍ମେନ୍ଦ୍ର ପ୍ରଧାନ ଆଜି ଝାରବନ୍ଦ ଠାରେ ବ୍ଲକ ଅଫିସ ସମ୍ମୁଖରେ ଥିବା ଫୁଟବଲ ପଡିଆରେ ବିଶାଳ ଜନ ସମାଗମରେ ଯୋଗଦେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅପିଲ କରିଥିଲେ । ସେହିପରି ବିଶିପାଳି ପଡିଆରେ ମଧ୍ୟ ଧର୍ମେନ୍ଦ୍ର ବିରାଟ ସଭାରେ ଜନସାଧାରଣଙ୍କ ଠାରେ ଅଭିଭାଷଣ ରଖିଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ଆସନ୍ତାକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ସେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରନ୍ତୁ ।"

ଏହା ବି ପଢନ୍ତୁ- Padmapur Bypoll: ଅପପ୍ରଚାରକୁ ନେଇ ବିଜେପି ଉପରେ ବର୍ଷିଲେ ବର୍ଷା

"ପଦ୍ମପୁର ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ୨୨ ବର୍ଷ ହେଲା ଶାସନରେ ଥାଇ ମଧ୍ୟ ପଦ୍ମପୁର ଅଞ୍ଚଳରେ ପାଣିର ସମସ୍ୟା ଦୂର କରିପାରିଲେ ନାହିଁ କି ଦାଦନ ସମସ୍ୟା, ବେକାରି ସମସ୍ୟା, ଚାଷୀଙ୍କ ସମସ୍ୟା ଦୂର କରିପାରିଲେ ନାହିଁ । ଏବେ ପୁଣି ୧୮ ମାସ ପାଇଁ ଭୋଟ ଭିକ୍ଷା କରୁଛନ୍ତି ଅଧୁରା ସ୍ଵପ୍ନ ପୂରଣ ପାଇଁ । ଲଜ୍ଜା ଲାଗିବା କଥା ଯାହା ୨୨ ବର୍ଷରେ ପୂରଣ କରିପାରିଲେ ନାହିଁ କଣ ୧୮ ମାସରେ ପଦ୍ମପୁରର ବିକାଶ କରିଦେବେ କି ? ପଦ୍ମପୁରବାସୀକୁ ଆଉ ବୋକା ବନାନ୍ତୁ ନାହିଁ," ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀ ଆଜି ରାତିରେ ହିଁ କ୍ୟାବିନେଟ ବସାଇ ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ବିଜ୍ଞପ୍ତି ଧରି କାଲି ସାଧାରଣ ସଭାରେ ଘୋଷଣା କରନ୍ତୁ । ପଦ୍ମପୁର ବାସୀଙ୍କୁ ବୋକା ବନାଇ ଭୋଟ ହାତେଇଥିବା ବିଜେଡ଼ିକୁ ପାନେ ଦିଆଯାଉ ଏବଂ ଏଥର ପରିବର୍ତ୍ତନ ନିଶ୍ଚୟ ଦରକାର ।"

ପଦ୍ମପୁରବାସୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଆସନ୍ତା ୫ ତାରିଖରେ ପଦ୍ମ ଚିହ୍ନରେ ନିଶ୍ଚୟ ଭୋଟ ଦେବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details