ଓଡିଶା

odisha

By ETV Bharat Odisha Team

Published : Nov 21, 2023, 7:07 AM IST

ETV Bharat / state

ଦିନିକିଆ ବରଗଡ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ ବରଗଡ ଗସ୍ତ ସମୟରେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋଶଳ ସେନାର କିଛି ସଦସ୍ୟ ଦାବିପତ୍ର ଦେବାକୁ ଆସି ତାଙ୍କ ଗୋଡ ଧରି ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ । ପରେ କୋଶଲ ସେନାର ସଦସ୍ୟକୁ ଉଠାଇ ନେଇଥିଲା ପୋଲିସ । ଅଧିକ ପଢନ୍ତୁ

ଦିନିକିଆ ବରଗଡ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦିନିକିଆ ବରଗଡ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ ବରଗଡ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନିକିଆ ବରଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସୋମବାର ସକାଳ 9ଟା ସମୟରେ ବରଗଡର ବିକାଶ ଗ୍ରୁପ ଶିକ୍ଷାନୁଷ୍ଠାନ ସମୂହର ୨୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ଉତ୍ସବକୁ ଉଦଘାଟନ କରିଥିଲେ । ବିକାଶ ଗ୍ରୁପ ଶିକ୍ଷାନୁଷ୍ଠାନ ଏକ ମଣିଷ ଗଢିବାର ଅନୁଷ୍ଠାନ ବୋଲି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ସୁରେଶ ପୂଜାରୀ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କାର ଲାଭ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢନ୍ତୁ- ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର; ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟାହ୍ନ 11 ଘଣ୍ଟା ସମୟରେ ବରଗଡ଼ ଗାନ୍ଧୀ ଛକରେ ବିଜେପି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବରଗଡରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ପାଇଁ ଏଠାରେ ଦିନିକିଆ ଗସ୍ତ ରହିଥିବା ବେଳେ ଗାନ୍ଧୀ ଛକରେ ଜିଲ୍ଲା ବିଜେପି ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ସମେତ ଅନେକ କର୍ମୀ ଯୋଗଦେଇ ସ୍ବାଗତ କରିଥିଲେ । ଗାନ୍ଧୀ ଛକ ଠାରୁ ଧର୍ମେନ୍ଦ୍ରଙ୍କୁ ରାଲି ମାଧ୍ୟମରେ ସ୍ଥାନୀୟ ବାନ୍ଦୁଟିକିରା ସ୍ଥିତ ନୂତନ ଭାବେ ନିର୍ମିତ ଏକ ଚିକିତ୍ସା କେନ୍ଦ୍ରକୁ ପାଛୋଟି ନିଆଯାଇଥିଲା । ସେଠାରେ ଚିକିତ୍ସା ଶିବିରକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ- ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର, ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀଙ୍କ ବାସଭବନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋଶଳ ସେନାର କିଛି ସଦସ୍ୟ ଦାବିପତ୍ର ଦେବାକୁ ଆସି ପ୍ରଧାନଙ୍କ ଗୋଡ ଧରି ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ । ପରେ କୋଶଳ ସେନାର ସଦସ୍ୟକୁ ଉଠାଇ ନେଇଥିଲା ପୋଲିସ । କୋଶଳ ସେନା ପକ୍ଷରୁ ପୋଲିସର ଏପରି ବ୍ୟବହାରକୁ ଦୃଢ ନିନ୍ଦା କରାଯାଇଛି । ବିଜେପି ଦଳର କର୍ମକର୍ତ୍ତାଙ୍କ ସହିତ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ସାଧାରଣ ନିର୍ବାଚନକୁ ନେଇ କିପରି ରଣନୀତି ପ୍ରସ୍ତୁତ କରାଯିବ ସେନେଇ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details