ଓଡିଶା

odisha

ETV Bharat / state

ସ୍ବରାଜ୍ୟରେ ମିଳିଲାନି କାମ, ବାହାର ରାଜ୍ୟକୁ ବାହାରିଲେ ଦାଦନ ଶ୍ରମିକ - baragarh migrant worker

କୋରୋନା ମହାମାରୀ କାରଣରୁ ନିଜ ରାଜ୍ୟ ଓ ଘରକୁ ଫେରିଥିବା ଶ୍ରମିକ ମାନେ କାମ ଧନ୍ଦା ଅଭାବରୁ ପୁଣି ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅଧିକ ପଢନ୍ତୁ...

ସ୍ବରାଜ୍ୟରେ ମିଳୁନି କାମ, ପୁଣି ଅନ୍ୟ ରାଜ୍ୟକୁ ବାହାରିଲେ ଦାଦନ ଶ୍ରମିକ
ସ୍ବରାଜ୍ୟରେ ମିଳୁନି କାମ, ପୁଣି ଅନ୍ୟ ରାଜ୍ୟକୁ ବାହାରିଲେ ଦାଦନ ଶ୍ରମିକ

By

Published : Oct 1, 2020, 8:00 AM IST

ବରଗଡ: ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡାର କିଛିମାସ ପରେ ଏବେ ପୁଣି ଅନ୍ୟ ରାଜ୍ୟକୁ ପୂର୍ବପରି କାମ କରିବାକୁ ଚାଲିଯାଉଛନ୍ତି ଶ୍ରମିକ ମାନେ । ଦୀର୍ଘ ଦିନ ଘରେ ରହିବା ପରେ ମଧ୍ୟ କାମ ଧନ୍ଦା ଅଭାବ କାରଣରୁ ପୁଣି ଅନ୍ୟତ୍ର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି |

ସ୍ବରାଜ୍ୟରେ ମିଳୁନି କାମ, ପୁଣି ଅନ୍ୟ ରାଜ୍ୟକୁ ବାହାରିଲେ ଦାଦନ ଶ୍ରମିକ

କୋରୋନା ମହାମାରୀ ଯୋଗୁଁ ନିଜ ନିଜ ରାଜ୍ୟକୁ ଫେରିଆସିଥିବା ଦାଦନ ଶ୍ରମିକ ମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି | ବରଗଡ ଜିଲ୍ଲାରୁ ବାହାର ରାଜ୍ୟକୁ ବହୁ ଶ୍ରମିକ ଦାଦନ ଖଟିବାକୁ ଯାଇଥିଲେ ମାତ୍ର ଏବେ ବରଗଡରେ ବହୁ ଶ୍ରମିକ କାମ ଧନ୍ଦା ଅନ୍ବେଷଣ ରେ ଏଣେତେଣେ ବୁଲୁଛନ୍ତି | ସମସ୍ତ ଶ୍ରମିକ ଜିଲ୍ଲାରେ ରହିଯାଇଥିବା ବେଳେ ଶ୍ରମିକଙ୍କ ସଂଖ୍ୟା ଜିଲ୍ଲାରେ ମାତ୍ରାଧିକ ହୋଇପଡିଛି |

ଅନ୍ୟପଟେ ଏବେ କମ ମଜୁରୀରେ ମାଲିକ ମାନେ ଶ୍ରମିକଙ୍କୁ ରଖୁଥିବାରୁ ଅନ୍ୟପନ୍ଥା ନପାଇ ବାଧ୍ୟହୋଇ ଅଳ୍ପ ମଜୁରୀରେ ଶ୍ରମିକ ମାନେ କାମ କରୁଛନ୍ତି | ଶ୍ରମିକଙ୍କୁ କାମ ଅନୁଯାୟୀ ମଜୁରି ମିଳୁନଥିବାରୁ ଆଜି ପୁଣି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବାକୁ ବାହାରିପଡିଛନ୍ତି ବରଗଡର ଶ୍ରମିକ ମାନେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details