ଓଡିଶା

odisha

ETV Bharat / state

ତେଜିଲା ବରଗଡରେ କ୍ୟାନସର ହସ୍ପିଟାଲ ତାତି, 19ରେ ଆନ୍ଦୋଳନ ଡାକରା

ବରଗଡରେ କ୍ୟାନସର ହସ୍ପିଟାଲ ଦାବି କେବଳ ଘୋଷଣା ଓ ପ୍ରତିଶ୍ରୁତିରେ ରହିଯାଇଛି । ଏଥିରେ କ୍ଷୁବ୍ଧ ହୋଇ ଅନସନରେ ବସିବ UFCHB ।

ତେଜିଲା ବରଗଡରେ କ୍ୟାନସର ହସ୍ପିଟାଲ ତାତି

By

Published : Nov 16, 2019, 5:36 AM IST

ବରଗଡ: ପୁଣି ତେଜିଲା ବରଗଡରେ କ୍ୟାନସର ହସ୍ପିଟାଲ ଦାବି । ଏ ନେଇ ଆସନ୍ତା 19ରେ ଆନ୍ଦୋଳନକୁ ଓହ୍ଲାଇବ UFCHB(ୟୁନାଇଟେଡ଼ ଫୋରମ ଫର କ୍ୟାନସର ହସ୍ପିଟାଲ ଇନ ବରଗଡ ) । ଗୁରୁବାର UFCHB ପକ୍ଷରୁ ଏକ ବୈଠକ ଡାକି ଏଭଳି ନିଷ୍ପତ୍ତି ନିଆଯାଇଛି ।

ପ୍ରତିଶ୍ରୁତି ପୂରଣ କଲେନି ମୁଖ୍ୟମନ୍ତ୍ରୀ, ତିଆରି ହେଲାନି କ୍ୟାନସର ହସ୍ପିଟାଲ


ବରଗଡ଼ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ଜିଲ୍ଲାରେ ଏକ କ୍ୟାନସର ହସ୍ପିଟାଲ ପାଇଁ ଦୀର୍ଘ ଦିନ ଧରି ଦାବୀ ହେଉଥିଲେ ବି କାର୍ଯ୍ୟଷ୍ଠାନ ଶୂନ୍ୟ । ନା କେହି ଶୁଣୁଛନ୍ତି ନା ହସ୍ପିଟାଲ ନିର୍ମାଣ କାମ ଆରମ୍ଭ ହେଉଛି । ଏପରିକି ଏ ନେଇ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏଥିରେ କ୍ଷୁବ୍ଧ ହୋଇ UFCHB ପକ୍ଷରୁ ଆସନ୍ତା ୧୯ ତାରିଖରେ ବରଗଡ଼ ଗାନ୍ଧୀ ଛକ ଠାରେ ଅନଶନ ବସିବା ନେଇ ନିଷ୍ପତ୍ତି ନିଆଯାଇଛି ।


କ୍ୟାନସର ବିଜୟୀଙ୍କ ଫଇଟର୍ସ ଗ୍ରୁଫ ନାମକ ଏକ ସଙ୍ଗଠନ ବରଗଡ଼ରେ କ୍ୟାନସର ହସ୍ପିଟାଲ ଆବଶ୍ୟକ ବୋଲି ଦାବି କରିଥିଲା । ତଥ୍ୟ ଅନୁଯାୟୀ କ୍ୟାନସରେ ଓଡ଼ିଶାର ବରଗଡ଼ ଜିଲ୍ଲା ପ୍ରଥମ ରହିଛି । ଏଠାରେ ବହୁ କ୍ୟାନସର ରୋଗୀ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ଏଥିପାଇଁ ଏଠାରେ ହସ୍ପିଟାଲ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହେଉଛି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details