ବରଗଡ: ବରଗଡ ସବ ଜେଲ ଭିତରେ ଥିବା ବିଚାରଧିନ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ବିଚାରଧିନ କଏଦୀ ଆହତ ହୋଇଥିବା ବେଳେ ବରଗଡ ଟାଉନ ଥାନାରେ ଏନେଇ ଅଭିଯୋଗ ହୋଇଛି । ସବଜେଲର ଜେଲର ଏନେଇ ସୂଚନା ଦେଇଥିବା ବେଳେ ଘଟଣାର ତଦନ୍ତ ପାଇଁ ବରଗଡ ପହଞ୍ଚିଛନ୍ତି ସମ୍ବଲପୁର ରେଞ୍ଜ ଜେଲ DIG ଅନୁଶୟା ଜେନା ।
ବରଗଡ଼ ସବଜେଲରେ ଦୁଇ କଏଦୀ ଗୋଷ୍ଠୀ ମୁଁହାମୁହିଁ, ଥାନାରେ ମାମଲା
ବରଗଡ ସବ ଜେଲ ଭିତରେ ଥିବା ବିଚାରଧିନ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ବିଚାରଧିନ କଏଦୀ ଆହତ ହୋଇଥିବା ବେଳେ ବରଗଡ ଟାଉନ ଥାନାରେ ଏନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
ବରଗଡ଼ ସବଜେଲରେ ଦୁଇ କଏଦୀ ଗୋଷ୍ଠୀ ମୁଁହାମୁହିଁ: ଜଣେ କଏଦୀ ଆହତ
ସୂଚନା ଅନୁଯାୟୀ, ବରଗଡ ସବ ଜେଲ ଭିତରେ କୌଣସି କାରଣକୁ ନେଇ ଜେଲ ଭିତରେ ଥିବା ବିଚାରଧିନ କଏଦୀ ମାନଙ୍କର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାଡପିଟ ଆରମ୍ଭ ହୋଇଯାଇଥିଲା ଜେଲ ଭିତରେ । ତେବେ ଗଣ୍ଡଗୋଳରେ ଜଣେ କଏଦୀ ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା କରାଯାଇଥିଲା । ଅପରପଟେ ବରଗଡ ଟାଉନ ଥାନାରେ ଏନେଇ ସବ ଜେଲର ଅଞ୍ଜଳି ପଟେଲଙ୍କ ଅଭିଯୋଗ କ୍ରମେ କେସ ନମ୍ବର 70ରେ ଏକ ମାମଲା ରୁଜ୍ଜୁ ହୋଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ