ଓଡିଶା

odisha

ETV Bharat / state

ଦୁଇ କୋଶଳ ସଂଗ୍ରାମୀ ଗିରଫ ପ୍ରତିବାଦରେ ଏସପି ଅଫିସ ଘେରିଲା କୋଶଳ ସେନା - ବରଗଡ ଖବର

ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବିରେ ଗଢି ଉଠିଥିବା କୋଶଳ ସେନା ଆନ୍ଦୋଳନ କରିଆସୁଛି । ସେନାର ଦୁଇଜଣ ସଦସ୍ୟଙ୍କୁ ମିଥ୍ୟା କେଶରେ ଉଦ୍ଦେଶ୍ୟ ମୂଳକ ଭାବେ ପୋଲିସ ଗିରଫ କରିଥିବା ଅଭିଯୋଗରେ ବରଗଡ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି କୋଶଳ ସଂଗଠନ । ଅଧିକ ପଢନ୍ତୁ

ଉଦ୍ୟେଶ ମୂଳକ ଭାବେ ୨ କୋଶଲ ସଂଗ୍ରାମୀଙ୍କୁ ଗିରଫ ବିରୋଧରେ ଏସପି ଅଫିସ ଘେରିଲା : କୋଶଲ ସେନା
ଉଦ୍ୟେଶ ମୂଳକ ଭାବେ ୨ କୋଶଲ ସଂଗ୍ରାମୀଙ୍କୁ ଗିରଫ ବିରୋଧରେ ଏସପି ଅଫିସ ଘେରିଲା : କୋଶଲ ସେନା

By ETV Bharat Odisha Team

Published : Aug 27, 2023, 9:41 AM IST

ଉଦ୍ୟେଶ ମୂଳକ ଭାବେ ଦୁଇ କୋଶଲ ସଂଗ୍ରାମୀଙ୍କୁ ଗିରଫ ବିରୋଧରେ ଏସପି ଅଫିସ ଘେରିଲେ କୋଶଲ ସେନା

ବରଗଡ: କୋଶଳ ସେନାର ଦୁଇଜଣ ସଦସ୍ୟଙ୍କୁ ମିଥ୍ୟା କେଶରେ ପୋଲିସ ଗିରଫ କରିଥିବା ଅଭିଯୋଗରେ ଗତକାଲି(ଶନିବାର) ବରଗଡ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି କୋଶଳ ସଂଗଠନ । ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବିରେ ଗଢିଉଠିଥିବା କୋଶଳ ସେନା ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିବା ବେଳେ ବର୍ତ୍ତମାନ ଆଗକୁ ହେବାକୁ ଥିବା ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ନୂଆଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା କରାଯାଉ ବୋଲି ଆନ୍ଦୋଳନ ଜାରି ରଖିଛି । ମାତ୍ର ପୋଲିସ ପକ୍ଷରୁ କୋଶଳ ସଂଗ୍ରାମୀଙ୍କୁ ଗିରଫ କରିବା ଆରମ୍ଭ କରି ଦିଆଯାଇଛି ବୋଲି କୋଶଳ ସେନା ଅଭିଯୋଗ କରିଛି । କୋଶଳ ସେନାର ଦୁଇଜଣ ସଂଗ୍ରାମୀଙ୍କୁ ମିଥ୍ୟା କେଶରେ ପୋଲିସ ଜେଲ ପଠାଇବା ଏହାର ଜ୍ଵଳନ୍ତ ଉଦାହରଣ ବୋଲି କୋଶଳ ସେନା କହିଛି ।

ଏହା ମଧ୍ୟ ପଢନ୍ତୁ...ଉତ୍କଳ ଦିବସକୁ ବିରୋଧ, କଳା ଦିବସ ପାଳିଲା କୋଶଳ ସେନା

ସୂଚନା ଅନୁସାରେ, ଗତ 22 ତାରିଖ କୋଶଲ ସେନା ପକ୍ଷରୁ ସମ୍ବଲପୁର RDC ଅଫିସ ଘେରାଓ କରାଯାଇଥିଲା । ସେଠାରୁ କୋଶଳସେନାର କର୍ମୀ ମାନେ ଫେରୁଥିବା ସମୟରେ ଗୋଡ଼ଭଗାର ଖୁଣ୍ଟଲିପାଳି ଏରିଆରେ କଟକି ଅପେରାର ପୋଷ୍ଟର ଲଗାଯାଇଥିବା ଦେଖିଥିଲେ । ଏହା ଦେଖିବା ପରେ କୌଶଳ ସେନାର ସଦସ୍ୟ ମାନେ ପୋଷ୍ଟଟିକୁ ଚିରି ଅପେରାକୁ ବିରୋଧ ପ୍ରଦର୍ଶନ କରିଥିଲେ । ଯାହା ଫଳେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଗ୍ରାମବାସୀ କୋଶଳ ସେନାର ଦୁଇଜଣ ସଦସ୍ୟଙ୍କୁ ଅଟକ ରଖିଥିଲେ ଏବଂ ପରେ ଛାଡି ଦେଇଥିଲେ । ସେହି ଦିନ ରାତ୍ରି 2ଟା ସମୟରେ ପୋଲିସ କୋଶଲ ସେନାର ଦୁଇଜଣଙ୍କୁ ଘରୁ ଉଠାଇ ନେଇଥିଲା ଏବଂ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପରି ସେମାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା ।

ପୋଲିସ ବିଭାଗ ଦ୍ଵାରା ଉଦ୍ଦେଶ୍ୟମୂଳକ ଭାବେ କୋଶଳ ସଂଗ୍ରାମୀମାନଙ୍କୁ ଗିରଫ କରିବା ଘଟଣାକୁ ନିନ୍ଦା କରାଯିବା ସହିତ ଏହାକୁ ବିରୋଧ କରିଛି କୋଶଲ ସେନା । ଗତକାଲି(ଶନିବାର) କୋଶଲ ସଂଠନର ଏକ ପ୍ରତିନିଧି ଦଳ ବରଗଡ ଏସପିଙ୍କୁ ଭେଟି,ଏହି ଘଟଣାର ସଠିକ ତଦନ୍ତ କରାଯାଇ ଗିରଫ କୋଶଳ ସଂଗ୍ରାମୀ ମୁକ୍ତ କରାଯାଉ ବୋଲି କୋଶଳ ସେନା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ଏହି ଘଟଣାର ସଠିକ୍‌ ତଦନ୍ତ ନ ହେବ । ତାହାଲେ ଆଗାମୀ ଦିନରେ କୋଶଲ ସେନା ପକ୍ଷରୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,ବରଗଡ

ABOUT THE AUTHOR

...view details